
ଚଳିତ ବର୍ଷ କଟକ ଜିଲ୍ଲା ପ୍ରଶାସନ ଦ୍ବାରା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାନଦୀରେ ନିଆରା ଢଙ୍ଗରେ ଡଙ୍ଗା ଭସା ଯାଇଛି । ବୁଧବାର ସକାଳ ୯ଟାରେ ଗଡ଼ଗଡ଼ିଆ ଘାଟରେ ଏକକାଳୀନ ୨୦ହଜାର ଶାଳପତ୍ରରେ ପ୍ରସ୍ତୁତ ସବୁଜ ବୋଇତ ଭାସାଯାଇଥିଲା।
ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଉଦଘାଟନ କରିଥିବା ବେଳେ କଟକ ସହରର ବହୁ ସ୍କୁଲ, କଲେଜ ଓ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟମାନେ ମଧ୍ୟ ଭସାଇଥିଲେ।
ଜିଲ୍ଲା ପ୍ରଶାସନ ଦ୍ବାରା ମୟୂରଭଞ୍ଜର ଠାକୁରମୁଣ୍ଡାରୁ ୨୦ହଜାରରୁ ଅଧିକ ଶାଳପତ୍ର ଅଣାଯାଇଥିଲା । ପରିବେଶ ସୁରକ୍ଷା ସହିତ ପାରମ୍ପରିକ ଉପାୟରେ ତିଆରି କରୁଥିବା ଗୋଷ୍ଠୀକୁ ପ୍ରୋତ୍ସାହନ ପ୍ରଦାନ କରିବା ପ୍ରଶାସନର ଲକ୍ଷ୍ୟ ଥିଲା।
