
ପ୍ଲାଷ୍ଟିକ୍ ଖେଳନା ନେଲା ଜୀବନ। ମସଲା ଚିପସ୍ ଭିତରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ଶିଶୁ ମୃତ। ତେବେ କନ୍ଧମାଳ ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡାରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତ ଶିଶୁ ଜଣକ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବୋଲି ଜଣାପଡିଛି।
ସୂଚନା ମୁତାବକ,ମୁସୁମାହାପଡାର ରଞ୍ଜିତ ପ୍ରଧାନଙ୍କ ପୁଅ ପ୍ଲାଷ୍ଟିକ୍ ଖେଳନାରେ ଖେଳୁଥିଲେ । ଅସାବଧାନତା ବଶତଃ ପ୍ଲାଷ୍ଟିକ୍ ଖେଳନାର ଗୁଳିଟି ଶିଶୁର ତଣ୍ଟିରେ ଅଟକିଯାଇଥିଲା । ଫଳରେ ନିଶ୍ବାସ ପ୍ରଶ୍ବାସ ନେବାରେ ଶିଶୁଟିକୁ କଷ୍ଟ ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଦାରିଙ୍ଗବାଡ଼ି ହସ୍ପିଟାଲରେ ପରିବାର ଲୋକ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
