Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘାଇକୁ ଖସିଲା ଜିପ୍, ଛଅ ମୃତ

Posted on January 6, 2026

ନେପାଳର ମକୱାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଇକୁ ଖସିଲା ଜିପ୍ । ଫଳରେ ଦୁଇ ଜଣ ଭାରତୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଗମତୀ ପ୍ରଦେଶର ମକୱାନପୁର ଜିଲ୍ଲାରେ ଏକ ଜିପ୍ ପାହାଡିଆ ରାସ୍ତାରୁ ୧୦୦ ମିଟର ତଳକୁ ଖସି ପଡ଼ିଥିଲା। ଏହି ଘଟଣାରେ ଦୁଇ ଭାରତୀୟ ନାଗରିକଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିପ୍ ଏବଂ ମୃତକଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାଟି ଶନିବାର ରାତିରେ ଘଟିଥିବା ଜଣାପଡ଼ିଛି। ଘଟଣା ସମୟରେ ଜିପ୍ରେ ପ୍ରାୟ ନଅ ଜଣ ଥିଲେ। ପୁଲିସ କହିଛି ଯେ, ଦୁର୍ଘଟଣା ସମୟରେ ଗାଡିଟି କାଠମାଣ୍ଡୁରୁ ହେଟାଉଡା ଅଭିମୁଖେ ଯାତ୍ରା କରୁଥିଲା। ମୃତକଙ୍କ ମଧ୍ୟରୁ ଚାରି ଜଣଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ନାଗରିକ। ବିହାରର ମୂଳ ବାସିନ୍ଦା ଭାରତୀୟ ନାଗରିକଙ୍କ ନାମ ରଜନୀଶ କୁମାର ଏବଂ ଅରବିନ୍ଦ କୁମାର ବୋଲି ଚିହ୍ନଟ କରାଯାଇଛି। ସେମାନେ କାମ ପାଇଁ ନେପାଳ ଯାତ୍ରା କରୁଥିବା ଜଣାପଡିଛି। ନେପାଳ ପୁଲିସ ସେମାନଙ୍କ ପରିବାରକୁ ସୂଚନା ଦେଇଛି। ପୁଲିସ ଅନୁସାରେ, ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme