Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମନ୍ଦିରରେ ଜାମାଲାଗି ବେଶ ନୀତି, ମହାପ୍ରଭୁଙ୍କ ‘ଆଦ୍ୟ ଶୀତବସ୍ତ୍ର’

Posted on November 13, 2025

ଶ୍ରୀମନ୍ଦିରରେ ଆଜି ଜାମାଲାଗି ବେଶ ନୀତି। ଶ୍ରୀଜିଉଙ୍କର ଶ୍ରୀଅଙ୍ଗରେ ଶୀତର ପହିଲି ସ୍ପର୍ଶ ଅନୁଭବ ହେବାରୁ ଶ୍ରୀମନ୍ଦିରର ପରମ୍ପରା କ୍ରମେ ଆଜି ପବିତ୍ର ପ୍ରଥମାଷ୍ଟମୀ ପରଦିନ ତଥା ଅର୍ଥାତ୍ ମାର୍ଗଶୀର କୃଷ୍ଣ ନବମୀ ଠାରୁ ଓଢଣ ଷଷ୍ଠୀ ପୂର୍ବ ଦିନ ଯାଏଁ ମହାପ୍ରଭୁ ସ୍ୱଳ୍ପ ଶୀତ ହେତୁ ଜାମା ଲାଗି ବେଶରେ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିରରେ ଅବକାଶ ବଢ଼ିଲେ ଶ୍ରୀଜିଉ ଙ୍କର ଜାମାଲାଗି ବେଶ ଅନୁଷ୍ଠିତ ହୁଏ। ସକାଳ ଧୂପ ବଢିଲେ ମହାପ୍ରଭୁଙ୍କର ମଇଲମ ହୋଇଥାଏ ।

ଶୀତର ପ୍ରକୋପ ଯେତେ ବେଳେ କମ ଥାଏ ଲୋକ ଯେପରି ମୋଟା କମ୍ବଳ , ସ୍ବେଟର ବ୍ୟବହାର ନ କରି ପତଳା ଚାଦର ,ଜାମା ପରିଧାନ କରିଥାନ୍ତି । ଠିକ ସେହିପରି ରତ୍ନସିଂହାସନସ୍ଥ ଶ୍ରୀଜିଉ ମାର୍ଗଶୀର କୃଷ୍ଣ ନବମୀରୁ ମାର୍ଗଶୀର ଶୁକ୍ଳ ପଞ୍ଚମୀ ଯାଏଁ ଜାମା ପରିଧାନ କରିଥାନ୍ତି।ଶ୍ରୀଜିଉ ସମ୍ପୂର୍ଣ୍ଣ ଶରୀର ଆବୃତ କରୁଥିବା ଘୋଡ ନ ପିନ୍ଧି ଜାମା ଭଳି ଶରୀରର ଉପରି ଭାଗକୁ ଆଚ୍ଛାଦିତ କରୁଥିବା ଘୋଡ ବା ଜାମା ବସ୍ତ୍ର ପରିଧାନ କରନ୍ତି। ଏହାକୁ ସାଧାରଣରେ “ଠିଆ ଘୋଡଲାଗି ବେଶ ”ବୋଲି କୁହାଯାଏ। ଘୋଡ ବା ବସ୍ତ୍ର ସ୍ୱତନ୍ତ୍ର ରୂପେ ସୂତା କପଡା ବା ମଖମଲ କପଡାରେ ନିର୍ମିତ୍ତ ହୋଇଥାଏ । ଜାମା ଲାଗି ବେଶରେ ଶ୍ରୀଅଙ୍ଗ ସମ୍ପୂର୍ଣ୍ଣ ଘୋଡାଇ ହେଉ ନଥିବାରୁ, ଶ୍ରୀଜୀଉ ମାନେ କିଛି ସୁବର୍ଣ୍ଣ ଅଳଙ୍କାର ଧାରଣ କରନ୍ତି।

ଏହି ଜାମା ଲାଗି ବେଶରେ ଶ୍ରୀଜିଉ ୩୦ ମୂର୍ତ୍ତି ଅଳଙ୍କାର ପରିଧାନ କରିଥାନ୍ତି। ବସ୍ତ୍ର ଏବଂ ଅଳଙ୍କାର ଜାମା ଲାଗି ବେଶରେ ପ୍ରାଧାନ୍ୟ ଲାଭ କରେ । ଶ୍ରୀଜିଉଙ୍କ ଶ୍ରୀମୁଖ ଚାରିପଟେ ଆବୃତ କରେ ବଳା । ଶ୍ରୀଅଙ୍ଗକୁ ଆବୃତ କରେ ଜାମା ଓ ଫତେଇ। ବାର ଅନୁଯାୟୀ ବସ୍ତ୍ରର ରଙ୍ଗ ସ୍ଥିର ହୋଇଥାଏ। ଏବଂ ଏହି ସମସ୍ତ ବସ୍ତ୍ର ସେହି ଗୋଟିଏ ରଙ୍ଗର ହୋଇଥାଏ। ସେଇ ରଙ୍ଗର କନା ମଧ୍ୟ ଚୁଳ ପାଇଁ ବ୍ୟବହୃତ ହୋଇଥାଏ। ଚୁଳ ଉପରେ ଶୋଭା ପାଇଥାଏ ସୁବର୍ଣ୍ଣ ଚନ୍ଦ୍ରିକା । ସୁଭଦ୍ରାଙ୍କୁ ଚୂଳ ଲାଗି ହୋଇନଥାଏ। ଦିଅଁମାନଙ୍କ କପାଳରେ ଲାଗିଥାଏ ସୂର୍ଯ୍ୟ ଓ ଚନ୍ଦ୍ର ନାମକ ଦୁଇଟି ଅଳଙ୍କାର। ଚିତା ପାଖେ ଲାଗିଥାଏ ସୁବର୍ଣ୍ଣର ତିଳକ । ଶ୍ରୀମୁଖ ବଳା ରେ ଲାଗି ଥାଏ ସ୍ୱର୍ଣ୍ଣ ଆଡକାନି । ତା ତଳକୁ ଲାଗିଥାଏ କୁଣ୍ଡଳ । ଦେବୀ ସୁଭଦ୍ରାଙ୍କ ଚିତା ଉପରେ ଶୋଭା ପାଏ ୨ଟି ତଡ଼ଗୀ । ୩ ଦିଅଁଙ୍କ ଅଣ୍ଟାକୁ ବେଷ୍ଟନ କରି ରହେ ଓଡିଆଣି ବା ଅଣ୍ଟା ପଟି। ଏହା ଛଡା ୩ ଦିଅଁ ଗୋଟିଏ ଗୋଟିଏ ହରିଡା ମାଳ ରେ ଅଳଙ୍କୃତ ହୋଇଥାନ୍ତି। ବଡ଼ ଠାକୁର ଏବଂ ମହାପ୍ରଭୁ ଙ୍କ ଶ୍ରୀଭୁଜ ରେ ଶୋଭା ପାଏ ନଳିଭୁଜ । ନଳି ଭୁଜର ସମ୍ମଖରେ ହଳ ମୁଷଳ ଏବଂ ଶଙ୍ଖ ଚକ୍ର ଶୋଭା ପାଇଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme