Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମନ୍ଦିରକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

Posted on October 21, 2025

କୋଣାର୍କ ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ମନ୍ଦିରକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ। ମଙ୍ଗଳବାର ସକାଳୁ କୋଣାର୍କ ଥାନା ଅନସରା ଗ୍ରାମର ଜଣେ ମହିଳାଙ୍କ ବେକରୁ ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ୍ ଲୁଟି ନେଇ ବାଇକ୍‌ରେ ଚମ୍ପଟ ମାରିଛନ୍ତି। 

ସୂଚନାନୁଯାୟୀ, ଅନସରା ଗ୍ରାମର ସୁକାନ୍ତ ପ୍ରଧାଙ୍କ ସ୍ତ୍ରୀ ଜୟନ୍ତୀ ପ୍ରଧାନ ସକାଳ ସମୟରେ ଠାକୁର ପୂଜା ପାଇଁ ରାଧାକାନ୍ତ ମନ୍ଦିର ଯାଉଥିଲେ। ଏହି ସମୟରେ ଦୁଇଜଣ ଅଜଣା ଯୁବକ ହେଲମେଟ୍ ପିନ୍ଧି ଏକ ବାଇକରେ ଆସି ଜୟନ୍ତୀଙ୍କୁ ତେଲ ଦୋକାନ କେଉଁଠି ବୋଲି ପଚାରିଥିଲେ। ଜୟନ୍ତୀ କିଛି କହିବା ପୂର୍ବରୁ ତାଙ୍କ ବେକରେ ଥିବା ପ୍ରାୟ ୨ଭରିର ସୁନା ଚେନ ଛିଣ୍ଡାଇ ଦ୍ରୁତ ଗତିରେ ପଳାଇଥିଲେ। ଜୟନ୍ତୀ ପାଟି କରି ଡାକିବା ପରେ ପରିବାର ସଦସ୍ୟ ଓ ଗାଁ ଲୋକମାନେ ଦୁଇ ଦୁର୍ବୃତ୍ତଙ୍କୁ ବହୁ ଖୋଜାଖୋଜି କରିବା ପରେ ସେମାନଙ୍କ ସନ୍ଧାନ ପାଇ ନଥିଲେ। 

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଜୁଣେଇଁ ଗ୍ରାମର ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଲୁଟ୍ କରିଥିଲେ। ଏନେଇ ବୃଦ୍ଧାଙ୍କ ପୁଅ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme