Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମନ୍ତ୍ରୀଙ୍କ ପୁଲିସ ପାଇଲଟ୍ ଗାଡ଼ି ଧକ୍କାରେ ବୃଦ୍ଧା ଗୁରୁତର, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

Posted on December 1, 2025

 କଟକ-ପାରାଦ୍ଵୀପ ରାସ୍ତାରେ ଦୁର୍ଘଟଣା। ଶିଳ୍ପ ମନ୍ତ୍ରୀଙ୍କ ପୁଲିସ ପାଇଲଟ୍ ଗାଡ଼ି ଧକ୍କାରେ ବୃଦ୍ଧା ଗୁରୁତର। କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର। ସୋମବାର ସକାଳ ୧୦ଟା ୪୦ରେ ଏହି ଦୁର୍ଘଟଣା ଘଟିଛି। ବୃଦ୍ଧାଙ୍କ ତୁରନ୍ତ ଚିକିତ୍ସା ପାଇଁ ମନ୍ତ୍ରୀ କଟକ ବଡ଼ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାନୁଯାୟୀ, ସୋମବାର ସକାଳ ୧୦ଟା ୪୦ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପାରାଦ୍ୱୀପରୁ ଭୁବନେଶ୍ୱର ଯାଉଥିବା ବେଳେ ରଘୁନାଥପୁର ଥାନା ତାରପୁର ନିକଟରେ ପୁଲିସ ପାଇଲଟ୍ ଗାଡ଼ି ଧକ୍କାରେ ଜଣେ ବୃଦ୍ଧା ଗୁରୁତର ହୋଇଥିଲେ। ବୃଦ୍ଧା ଜଣଙ୍କ ଉକ୍ତ ଗ୍ରାମର କମଳା ମଲ୍ଲିକ । ସେ ରାସ୍ତା ଅତିକ୍ରମ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କମଳାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଖୋଦ୍ ମନ୍ତ୍ରୀ ଉପସ୍ଥିତ ରହି ଡାକ୍ତରଙ୍କ ସହ ପରାମର୍ଶ କରି କଟକ ବଡ଼ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme