Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଦିଆଯିବ…

Posted on October 24, 2025

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଫଳ ଦିଆଯିବ। ପିଏମ୍‌ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଯେଉଁ ପିଲାମାନେ ବିଦ୍ୟାଳୟରେ ଅଣ୍ଡା ଖାଉନାହାନ୍ତି କିମ୍ବା ନିରାମିଷ ଖାଉଥିବା ପିଲାଙ୍କୁ ଅଣ୍ଡା ମୂଲରେ ଫଳ ଖାଇବାକୁ ଦିଆଯିବ। ଏନେଇ ପୁଣି ଥରେ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ପିଏମ୍‌ ପୋଷଣ ଷ୍ଟେଟ୍‌ ନୋଡାଲ ଅଫିସର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକୁ ୩ ଥର ଅର୍ଥାତ୍‌ ଅଣ୍ଡା ଦିଆଯାଉଥିବା ଦିନ ଫଳ ଦିଆଯିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ସମସ୍ୟାକୁ ଏଡାଇବାକୁ ପଡ଼ିବ। ସେଥିପାଇଁ ଚିଠିରେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି।


ରାଜ୍ୟ ସମସ୍ତ ଶିଶୁବାଟିକାଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଏହି ସୁବିଧା ମିଳିବ। ରାଜ୍ୟରେ ସ୍କୁଲ ପିଲାଙ୍କୁ କୁପୋଷଣଠାରୁ ଦୂରେଇ ରଖି ସେମାନଙ୍କୁ ଉପଯୁକ୍ତ ପୋଷଣ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସ୍କୁଲକୁ ପିଲାମାନେ ଆସୁ ନ ଥିବାରୁ ମଧ୍ୟାହ୍ନ ଭୋଜନ ମାଧ୍ୟମରେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖାଦ୍ୟ ସାରଣୀ ମଧ୍ୟାହ୍ନ ଭୋଜନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ମଧ୍ୟାହ୍ନ ଭୋଜନରେ ଆମିଷ ଖାଉ ନ ଥିବା ପିଲାଙ୍କ ପାଇଁ ଅଣ୍ଡା ବଦଳରେ ଫଳ ଦେବାକୁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିବାବେଳେ ଏହା ଯେପରି ଶତପ୍ରତିଶତ କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme