Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଣ୍ଡିରେ ଧାନ, ଚାଷୀ ହନ୍ତସନ୍ତ: ମନ୍ତ୍ରୀଙ୍କ ଗସ୍ତ ବାତିଲ ପରେ ତେଜିଲା ଜନ ଅସନ୍ତୋଷ

Posted on January 15, 2026

ପଶ୍ଚିମ ଓଡ଼ିଶାର ଚାଷୀମାନେ ଅପେକ୍ଷା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ ବାତିଲ ହୋଇଛି। ସୂଚନା ଅନୁଯାୟୀ, ଆଜି ସମ୍ବଲପୁରରେ ଏକ ସମୀକ୍ଷା ବୈଠକ ଏବଂ ଆସନ୍ତାକାଲି ବରଗଡ଼ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ମାତ୍ର ଅପ୍ରତ୍ୟାଶିତ ଭାବେ ଏହି କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି, ଯାହାକୁ ନେଇ ଚାଷୀ ମହଲରେ ନିରାଶା ଦେଖାଦେଇଛି।

ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ମଣ୍ଡି ଖୋଲିଥିଲେ ହେଁ ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ନାହିଁ। ସମ୍ବଲପୁର ଜିଲ୍ଲାରେ ପ୍ରାୟ ୬୫ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସମସ୍ତଙ୍କୁ ଟୋକନ ମିଳିନାହିଁ। ବିଶେଷ କରି ତୃତୀୟ ପର୍ଯ୍ୟାୟ ଟୋକନ କାହାରି ପାଖକୁ ଆସିନଥିବାରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଧାନ ବିକ୍ରି କରିନପାରି ଚାଷୀ କୂଳ ଚିନ୍ତାରେ ଥିବା ବେଳେ ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ସ୍ଥିତିକୁ ଅଧିକ ଜଟିଳ କରିଛି।

ଅନ୍ୟପଟେ ମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ବିଜେପି ପ୍ରଭାରୀଙ୍କ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜନ ହେବା ଏବଂ ସେଥିରେ ସରକାରୀ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ବିଜେଡି କଡ଼ା ସମାଲୋଚନା କରିଛି। ବିଜେପି ସରକାରୀ କାର୍ଯ୍ୟାଳୟକୁ ଦଳୀୟ ଅଫିସ ଭାବେ ବ୍ୟବହାର କରୁଥିବା ବିଜେଡି ଅଭିଯୋଗ କରିଛି। ଯଦି ଏହି ପ୍ରକ୍ରିୟା ବନ୍ଦ ନହୁଏ, ତେବେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme