Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଗୁଶିର ଅଧା ହେଲାଣି ତଥାପି ଆକାଶଛୁଆଁ ପରିବା ଦର

Posted on November 19, 2025

କଲରା ୮୦କୁ ଭେଣ୍ଡି ୯୦ । ଟମାଟୋ ୫୦କୁ କାଙ୍କଡ଼ ୧୨୦ । କାକୁଡି ୭୦, ସିମ୍ବ ୮୦, ଦେଶୀ ଆଳୁ ୫୦, ସଜନା ଛୁଇଁ ୧୫୦ । ଭୁବନେଶ୍ୱର ୧ ନମ୍ବର ହାଟରେ ଏଭଳି ଦର ଶୁଣିଲେ ମୁଣ୍ଡ ଝାଏଁଝାଏଁ ହୋଇଯାଉଥିଲା । ନା କାର୍ତ୍ତିକ ଅଛି, ନା କୌଣସି ବର୍ଷା ହେଉଛି । ତଥାପି ପରିବା ଦର ଆକାଶଛୁଆଁ । ଯେଉଁମାନେ ପରିବା କିଣିବାକୁ ହାଟକୁ ଯାଉଛନ୍ତି, କିଣିବେ କ’ଣ ଦର ଶୁଣିଲେ ଓଲଟା ଫେରିଆସୁଛନ୍ତି ।

ମାସାଧିକ କାଳ ପର୍ଯ୍ୟନ୍ତ ପରିବା ଯନ୍ତ୍ରଣାରେ ଛଟପଟ ହେଲେ ରାଜଧାନୀବାସୀ । ଗଲା କାର୍ତ୍ତିକରେ ଅଧିକାଂଶ ପରିବା ଦର ୧୦୦ ଟଙ୍କା ଟପିଯାଇଥିଲା । ଆଉ କିଛି ପରିବା ଦର ୮୦ ଟଙ୍କା ଥିଲା । ପ୍ରାୟତଃ ଲୋକେ ନିରାମିଷ ଖାଉ ଥିବାରୁ ପନିପରିବା ଦର ଆକାଶ ଛୁଆଁ ଥିଲା । ଭାବିଥିଲେ କାର୍ତ୍ତିକ ସରିଲେ ଦର ଖସିଯିବ । ବାତ୍ୟା ମୋନ୍ଥାର ପ୍ରଭାବ ପଡ଼ିବାରୁ ମାର୍ଗଶିର ମାସ ଆରମ୍ଭରେ ଦର ଖସିନଥିଲା । ଏବେ ଶୀତଦିନରେ ଅଧିକ ପରିବା ଉତ୍ପାଦନ ହେଉଥିବାରୁ ଶସ୍ତାରେ ପରିବା ମିଳିବ ବୋଲି ବ୍ୟବସାୟୀମାନେ ମଧ୍ୟ କହିଥିଲେ । ମାର୍ଗଶିର ମାସ ଆସି ଅଧା ହେଲାଣି । ହେଲେ ଫଳ ଓଲଟା । ପରିବା ଶସ୍ତା ହେବ କ’ଣ ମହଙ୍ଗା ହେବାରେ ଲାଗିଛି । ଦର ଏମିତି ଯେ, ଅଢେଇଶହ ଲେଖାଏଁ ଆଣିଲେ ବି ଟଙ୍କା ନିଅଣ୍ଟ ପଡୁଛି । ହାଟରେ ଯାହା ଦର, ବାହାର ଖୁଚୁରା ଦୋକାନରେ ତାଠୁଁ ୧୦/୨୦ଟଙ୍କା ଅଧିକ ରହୁଛି ଦର । ତେଣୁ ମାଣବସା ଗୁରୁବାର ମାସରେ ପରିବା ଦର ଏବେ ଚିନ୍ତା ଦେଇଛି ।

ମଙ୍ଗଳବାର ଅପରାହ୍ଣରେ ହାଟରେ ଗାଜର ଦର ୬୦, ବନ୍ଧାକୋବି ୪୦, ଫୁଲକୋବି ୪୦ରୁ ୬୦, ବାଇଗଣ ୬୦ରୁ ୧୦୦, ବିନ୍ସ ୮୦ରୁ ୧୦୦, କ୍ୟାପ୍ସିକମ୍ ୧୦୦, ପୋଟଳ ୮୦, ଜହ୍ନି ୮୦, କୋଶଳା ଶାଗ ବିଡାଏ ୧୦, ମୂଳା ଗୋଟା ୧୦ଟଙ୍କା ଥିଲା । କେବଳ ଆଳୁ ଓ କଖାରୁକୁ ଛାଡ଼ି ଦେଲେ କୌଣସି ପରିବା ୫୦ଟଙ୍କା ତଳେ ନଥିଲା । ତେଣୁ ଗ୍ରାହକମାନେ ଦେଖିଚାହିଁ ପରିବା କିଣୁଥିଲେ । କିଛି ବ୍ୟବସାୟୀଙ୍କ କଥା, ନିକଟରେ ବର୍ଷା ପାଇଁ ରାଜ୍ୟର ଦକ୍ଷିଣ ଓ ପଶ୍ଟିମ ପ୍ରାନ୍ତରେ ପରିବା ଚାଷ ପ୍ରଭାବିତ ହୋଇଥିଲା । ଏବେବି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁରୁ ପରିବା ଆସୁଛି । ତେଣୁ ବାହାରୁ ଆସୁଥିବାରୁ ଦର ସାମାନ୍ୟ ଅଧିକ ରହୁଛି । ତଥାପି ନୂଆବର୍ଷ ପର୍ଯ୍ୟନ୍ତ ପରିବା ଦର ଏଭଳି ଉପରତଳ ହୋଇ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme