Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୟାବହ ଅଗ୍ନିକାଣ୍ଡ, ୮ ଗୋରୁ ଓ ୩ ଛେଳି ଜୀବନ୍ତ ଦଗ୍ଧ

Posted on January 5, 2026

ରବିବାର ବିଳମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୬ ପରିବାରର ୧୬ ବଖରା ଘର। ପୋଡ଼ି ପାଉଁଶ ହୋଇଗଲା ଧାନ, ଚାଉଳ, ରାସନ କାର୍ଡ ଓ ପିଲାଙ୍କ ବହିପତ୍ର। ପିନ୍ଧା ଲୁଗା ଛଡ଼ା ନିଆଁର ଆଁରୁ କାଢି ପାରିଲେନି କିଛି। ୮ ଗୋରୁ ଓ ୩ ଛେଳି ଜୀବନ୍ତ ଦଗ୍ଧ। ପାଉଁଶ ତଳୁ ଅଣ୍ଡାଳୁଛନ୍ତି ବର୍ଷ ବର୍ଷର ସାଇତା ଧନ। ଭଦ୍ରକ ଜିଲ୍ଲା ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତର ଛତ୍ରପଦା ଗାଁରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ଗାଡି ବିଳମ୍ଵରେ ପହଞ୍ଚିବାରୁ ସବୁ କିଛି ଜଳିପୋଡ଼ି ଛାରଖାର ହୋଇଯାଇଛି। 

ସୂଚନାନୁଯାୟୀ, ରବିବାର ବିଳମ୍ଵିତ ରାତିରେ ପୀରହାଟ ଥାନା ଛତ୍ରପଦା ଗାଁର ପଣ୍ଡିତ ସାହିରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ସାହିରେ ନିଆଁ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ୬ଟି ପରିବାରର ୧୬ ବଖରା ଘର ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ୮ ଗୋରୁ ଓ ୩ ଛେଳି ସମେତ ଘରର ସମସ୍ତ ଆସବାବପତ୍ର ଜଳି ଯାଇଥିଲା। ବିଳମ୍ଵରେ ଅଗ୍ନିଶମ ଗାଡ଼ି ପହଞ୍ଚିବାରୁ ସବୁ କିଛି ଜଳି ସାରିଥିଲା। ଚାରିଆଡ଼େ ନିଆଁ ବ୍ୟାପି ଯାଇଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା। 

ଏହି ଖବର ପାଇବା ପରେ ଜିଲ୍ଲା ପରିଷଦ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସାନ୍ତ୍ଵନା ଦେଇଛନ୍ତି। ଗ୍ରାମର କିଛି ଯୁବକମାନେ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme