Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୁବନେଶ୍ୱରରେ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, କେନ୍ଦୁଝରରେ ତାତି

Posted on December 13, 2025

ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍କୁଲରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ କେନ୍ଦୁଝରରେ ତାତି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା। ମୃତଦେହ ରଖି ପରିବାର ଓ ଗ୍ରାମବାସୀଙ୍କ ଧାରଣା। ମୃତକ ଜଣଙ୍କ ହେଲେ କେନ୍ଦୁଝର ଟାଉନ୍ ଥାନା ଟିକର ଘୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା। 

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମୃତକ ଭୁବନେଶ୍ଵରର ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଗତକାଲି ସକାଳେ ସ୍କୁଲ କର୍ତ୍ତୃପକ୍ଷ ଘର ଲୋକଙ୍କୁ ଫୋନ କରି ପୁଅ ବାଥରୁମରେ ପଡିଯିବା ଯୋଗୁଁ ଗୋଡ ଭାଙ୍ଗି ଯାଇଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଥିଲେ। ଏହାଶୁଣି ଛାତ୍ରଙ୍କ ବାପା କେନ୍ଦୁଝରରୁ ଭୁବନେଶ୍ଵରରେ ଆସି ପହଞ୍ଚିଥିଲେ। ହେଲେ ତାଙ୍କୁ ପୁଅର ମୃତଦେହ ଧରାଇ ନେଇଯିବାକୁ କହିଥିଲେ। ଏପରିକି ମେଡିକାଲ ଟ୍ରିଟମେଣ୍ଟ କାଗଜପତ୍ର ଦେଇ ନଥିଲେ। ଘରଲୋକ ଛାତ୍ରଙ୍କ ବେକ ଓ ହାତରେ ରଶି ଦାଗ ଥିବା ଦେଖିବାକୁ ପାଇଥିଲେ। ଏନେଇ କେନ୍ଦୁଝର ଟାଉନ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଏହା ସହ ୧ କୋଟି ଟଙ୍କାର କ୍ଷତିପୂରଣ ସହ ଦୋଷୀକୁ ଦଣ୍ଡ ଦାବି କରି ମୃତକଙ୍କ ପରିବାର ଓ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିତ୍ସାଳୟକୁ ପଠାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme