Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୁବନେଶ୍ବରୀ କୋଇଲା ଖଣି ଲାଙ୍ଗିଯୋଡ଼ା ଗ୍ରାମ୍ୟ ଜଙ୍ଗଲକୁ କୋଇଲା ଖଣି ଅଧିଗ୍ରହଣ କରିବା ନେଇ ପଲ୍ଲିସଭା

Posted on November 12, 2025

ନିଯୁକ୍ତି ଦେବା ପରେ ହେବ ଅଧିଗ୍ରହଣ ଗ୍ରାମବାସୀ
ତାଳଚେର: ତାଳଚେର ବ୍ଲକ କଣ୍ଡାଳ ପଞ୍ଚାୟତର ଲାଙ୍ଗିଯୋଡ଼ା ଗ୍ରାମକୁ ଏମ୍‌ସିଏଲ୍‌ ଭୁବନେଶ୍ବରୀ କୋଇଲା ଖଣି ଅଧିଗ୍ରହଣ କରିସାରିଛି। ଗ୍ରାମରେ ରହିଥିବା ୫ ଶହ ହେକ୍ଟର ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା ପାଇଁ ଆଜି ଏମ୍‌ସିଏଲ୍‌ ଭୁବନେଶ୍ବରୀ କୋଇଲା ଖଣି ପକ୍ଷରୁ ପଲ୍ଲୀସଭା ଗ୍ରାମର ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ପଲ୍ଲିସଭାରେ ଭୁବନେଶ୍ବରୀ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଆର. ଶ୍ରୀରାମ ଯୋଗଦେଇଥିବା ବେଳେ ଜଙ୍ଗଲ ବିଭାଗ ତାଳଚେର ଅଞ୍ଚଳର , ତାଳଚେର ଥାନା ଅଧିକାରୀ ଦିଗବିଜୟ ବିଶ୍ବାଳ, କଣ୍ଡାଳ ସରପଞ୍ଚ ଯଶୋବନ୍ତି ବେହେରା, ସମିତି ସଭ୍ୟ ସୁବର୍ଣ୍ଣା ସାହୁ, ତାଳଚେର ବ୍ଲକର ବିଏସ୍‌ଏସ୍‌ଓ ପପୁ ବେହେରା, ତାଳବେଡ଼ା ଆରଆଇ ସଞ୍ଜୟ କୁମାର ଟୁଡ଼ୁ, କୁମ ନାଏକ, ମିଲିକ ସାହୁ, ସସ୍ମିତା ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଏହି ବୈଠକରେ ଗ୍ରାମବାସୀ କୋଇଲା ଖଣି କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଯେ, ଗ୍ରାମ‌ରେ ରହିଥିବା ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା ପୂର୍ବରୁ ପ୍ରଥମେ ଗ୍ରାମର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରନ୍ତୁ। ଏପରିକି ଗ୍ରାମରେ ରହିଥିବା ଶ୍ମଶାନ ନିର୍ମାଣ, ରାସ୍ତା ନିର୍ମାଣ ସାଙ୍ଗକୁ ଗ୍ରାମକୁ ପାଣି ଯୋଗାଇବା ଆଦି ଦାବି ଗୁଡ଼ିକ ଅଗ୍ରାଧିକାର ଦେଇ ସମାଧାନ କରାଇବା ପରେ ଗ୍ରାମବାସୀ ଖଣି କର୍ତ୍ତଅପକ୍ଷଙ୍କୁ ଜଙ୍ଗଲ ଅଧିଗ୍ରହଣ ବେଳେ ସହଯୋଗ କରିବେ ବୋଲି ଦାବି କରିଥିଲେ। ଏଥି ସହିତ ଗ୍ରାମର ଜଙ୍ଗଲ ଅଧିଗ୍ରହଣ ବେଳେ ଜଙ୍ଗଲ ବିଭାଗ ଉପଯୁକ୍ତ କାଠ ନେବା ପରେ ବଳକା କାଠ ଗୁଡ଼ିକ ଗ୍ରାମ୍ୟକମିଟିରେ ମହଯୁଦ କରିବାକୁ ଦାବି କରିଥିଲେ। ଯାହାକୁ ଜଙ୍ଗଲ ବିଭାଗ ଏବଂ ଘଣି କର୍ତ୍ତୃପକ୍ଷ ସହମତି ପ୍ରକାାଶ କରିଥିଲେ। ଏଥି ସହିତ ଭୁବନେଶ୍ବରୀ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଆର. ଶ୍ରୀରାମ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗକୁ ସରକାରଙ୍କ ନିୟମାନୁଯାୟୀ ପାଳନ କରିବା ସହିତ ଗ୍ରାମର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରାଧାନ୍ୟ ଦିଅାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଆଜିର ଏହି ପଲ୍ଲୀସଭାରେ ଲାଙ୍ଗିଯୋ‌ଡ଼ା ଗ୍ରାମ୍ୟ କମିଟିର ସଭାପତି ପ୍ରବୀର ପ୍ରଧାନ, ସମ୍ପାଦକ ଦିଲିପ କୁମାର ସାହୁ, ଚୈତନ୍ୟ ପ୍ରଧାନ, ପ୍ରାଣବନ୍ଧୁ ସାହୁ, ଲଳିତ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ସାହୁ, ବାଦଲ ସାହୁ, ରଂଜିତ ସାହୁ, ତାପସ ସାହୁ, ଆଦିତ୍ୟ ସାହୁ, ପ୍ରତିତିରଂଜନ ମହାରଣା, ଦୁସ୍ମନ୍ତ ସାହୁ ପ୍ରମୁଖଙ୍କ ସହିତ ଭୁବନେଶ୍ବରୀ କୋଇଲା କର୍ମଚାରୀଗଣ ଏବଂ ତାଳଚେର ବନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ରହିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme