Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୁଜାଲି ଓ ଖଣ୍ଡାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୁଖା ପିନ୍ଧା ଦୃବୃତ୍ତ

Posted on November 21, 2025

ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ଥିବା ଏକ ଜିମ୍ ରୁ ବାହାରିବା ବେଳେ ଭୁଜାଲି ଓ ଖଣ୍ଡାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପାଞ୍ଚଜଣ ମୁଖା ପିନ୍ଧା ଦୃବୃତ୍ତ । ଜୀବନ ବିକଳରେ ଦୌଡ଼ି ପଳାଇବା ଆସିବା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ କଲେ ହସ୍ପିଟାଲରେ ଭର୍ତ୍ତି ।

ସୂଚନା ଅନୁସାରେ ଘଣ୍ଟପଡ଼ା ଗ୍ରାମର ଦେବାଶିଷ ସାହୁ ଆଜି ସକାଳୁ ହାଣ୍ଡିଧୂଆଁ ଛକ ନିକଟରେ ଥିବ‌ା ବଜରଙ୍ଗି ଜିମ୍‌ ସେଣ୍ଟରକୁ ଜିମ କରିବାକୁ ଆସିଥିଲେ। ସେଠାରୁ ସେ ଜିମ ସାରି ଘରକୁ ବାହାରୁଥିବା ବେଳେ ହଠାତ ପାଞ୍ଚ ଜଣ ଯୁବକ ମୁଖା ପିନ୍ଧି ଆସି ଯୋଜନା ବଦ୍ଧ ଭାବେ ତାଙ୍କୁ ଖଣ୍ଡା ଭୂଜାଲି ଏବଂ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଦେବାଶିଷ ଦୁର୍ବୁତଙ୍କ କବଳରୁ ଖସିଆସିବାରେ ସକ୍ଷମ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ରାସ୍ତାରେ ପଡ଼ିଥିବା ଦେଖି ରକ୍ତଯୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ମୁଣ୍ଡ, ପିଠି, ହାତ ସହିତ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ ସେଠାରେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବ‌େ ଘଟଣା ଘଟିବାର ଦୁଇ ଘଣ୍ଟା ବିତିଯାଇଥିଲେ ମଧ୍ୟ କୋଲିୟାରୀ ପୁଲିସ୍‌ ପାଖରେ କୌଣସି ଖବର ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme