Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭିଜିଲାନ୍ସ ଯିବାକୁ ଅରାଜି ଅଫିସର୍‌

Posted on November 21, 2025

ସବ୍ଇନ୍ସପେକ୍ଟର୍‌ରୁ ଇନ୍ସପେକ୍ଟର ପାହ୍ୟାକୁ ଦେଢ଼ ମାସ ତଳୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନା, ଫାଣ୍ଡିରେ ସବ୍ଇନ୍ସପେକ୍ଟର ଭାବେ କାମ କରୁଥିବା ୪୨୬ ଇନ୍ସପେକ୍ଟର୍ ଏବେ ଆଶ୍ୱସ୍ତ ହୋଇଛନ୍ତି । ନୂଆ କରି ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ସହ ଆଉ ୪୯ ଜଣଙ୍କୁ ମିଶାଇ ମୋଟ ୪୭୫ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଦୋନ୍ନତି ପାଇଥିବା ଇନ୍ସପେକ୍ଟର୍‌ଙ୍କ ମଧ୍ୟରୁ ଅନେକଙ୍କର ବିଭିନ୍ନ ପୁଲିସ ଜିଲ୍ଲା, କମିସନରେଟ୍ ପୁଲିସ, କ୍ରାଇମବ୍ରାଞ୍ଚ୍, ସ୍ପେସାଲ୍ ବ୍ରାଞ୍ଚ୍, ଜିଆରପି ଆଦିକୁ ବଦଳି କରାଯାଇଥିବା ବେଳେ ଆଉ କେତେକ ଅଫିସର ପୂର୍ବସ୍ଥାନ ବଜାୟ ରଖିଛନ୍ତି । ତେବେ ଏହି ବଦଳି ଅର୍ଡରରେ ଭିଜିଲାନ୍ସ ସଂସ୍ଥା ନିରାଶ ହୋଇଛି । ପଦୋନ୍ନତି ପାଇଥିବା ଇନ୍ସପେକରମାନଙ୍କ ମଧ୍ୟରୁ ଚାକିରି ଆରମ୍ଭରୁ ଯେଉଁ ୫ ଜଣ ଭିଜିଲାନ୍ସରେ ଚାକିରି କରିବା ପାଇଁ ନିଜ ଆଡ଼ୁ ଲେଖି ଯାଇଥିଲେ ସମ୍ପୃକ୍ତ ଅଧିକାରୀଙ୍କୁ ଛାଡ଼ି ଦେଲେ ଏବେ ଆଉ କୌଣସି ଜଣକୁ ହେଲେ ମଧ୍ୟ ଭିଜିଲାନ୍ସକୁ ବଦଳି କରାଯାଇ ନାହିଁ । ସ୍ପେସାଲ୍ ବ୍ରାଞ୍ଚକୁ ବଦଳି କରାଯାଉଥିବା ବେଳେ ଭିଜିଲାନ୍ସରେ ମାନବ ସମ୍ବଳର ଘୋର ଅଭାବ ସତ୍ତେ୍ୱ କାହିଁକି ଏଠାକୁ ଇନ୍ସପେକ୍ଟରଙ୍କୁ ବଦଳି କରାଯାଉନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା

ସୂଚନାନୁସାରେ, ପୂର୍ବ ଅପେକ୍ଷା ଭିଜିଲାନ୍ସର ଏବେ କାମ ବଢ଼ିଛି । ମାମଲା ସଂଖ୍ୟା ବୃଦ୍ଧି ସତ୍ତେ୍ୱ ଇନ୍ସପେକ୍ଟର୍ ସଂଖ୍ୟା ବଢ଼ୁନି । ଏହି ବିଭାଗରେ ଇନ୍ସପେକ୍ଟର୍ ମାମଲାର ତଦନ୍ତ ଭାର ନେବାରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ମାତ୍ର ଉକ୍ତ ଅଫିସର୍ ଅଭାବରୁ ଅନ୍ୟ ଅଫିସର୍‌ମାନେ ଭାରାକ୍ରାନ୍ତ ଅଛନ୍ତି । ଏହି ବିଭାଗରେ ୮୦ରୁ ଅଧିକ ଇନ୍ସପେକ୍ଟର ପଦ ଖାଲିପଡ଼ିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme