
ଭାରସାମ୍ୟ ହରାଇ ଗଛରେ ପିଟିଲା ସଂଯୁକ୍ତା ନାମକ ନାଇଟ୍ କୋଚ ବସ୍। ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଯାତ୍ରୀ। ଢେଙ୍କାନାଳ, କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ନାଇଟ୍ କୋଚ ବସଟି ଭୋର ୪ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ରାଉରକେଲାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ସଞ୍ଜୁକ୍ତା ନାମକ ଏହି ବସ୍। ଏଥିରେ ହେଲପର ଓ ଜଣେ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି । ଦୁଇଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗୋଟିଏ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ।
