Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାରତ ଓ ବାଂଲାଦେଶ ମଧ୍ୟରେ ବଢ଼ିଲା ତିକ୍ତତା…

Posted on December 18, 2025

ଭାରତ ଓ ବାଂଲାଦେଶ ମଧ୍ୟରେ ବଢ଼ିଲା ତିକ୍ତତା। ଢାକାସ୍ଥିତ ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କଲା ଭାରତ। ବିଭିନ୍ନ ଆତଙ୍କୀ ସଂଗଠନ ପକ୍ଷରୁ ଧମକ ଦିଆଯିବା ପରେ ନିରାପତ୍ତା କାରଣରୁ ଏହି ପଦକ୍ଷେପ ନେଇଛି ଭାରତ। ବହୁ ବାଂଲାଦେଶୀ ନେତାଙ୍କ ଭାରତ ବିରୋଧୀ ମନ୍ତବ୍ଯକୁ କେନ୍ଦ୍ର କରି ମଧ୍ୟ ଭାରତ ଏହି ପଦକ୍ଷେପ ନେଇଛି। ଢାକ୍କାର ଯମୁନା ଫ୍ୟୁଚର ପାର୍କ ନିକଟରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ଗତକାଲି ଅପରାହ୍ମ ୨ଟାରୁ ବନ୍ଦ କରାଯାଇଛି। ଭିସା ସଂକ୍ରାନ୍ତ ଆବେଦନପତ୍ରଗୁଡିକ ସମ୍ପର୍କରେ ନିଷ୍ପତ୍ତି ପରେ ନିଆଯିବ ବୋଲି କୁହାଯାଇଛି। ଭାରତ ବିରୋଧରେ ଦିଆଯାଉଥିବା ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ବାଂଲାଦେଶ ଉଚ୍ଚାୟୁକ୍ତ ଏମ. ରିଆଜ ହମିଦୁଲ୍ଲାଙ୍କୁ ସମନ ଜାରି କରାଯାଇ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି।

କୂଟନୈତିକ ସମ୍ପର୍କ ଦୃଷ୍ଟିରୁ ଭାରତୀୟ ଦୂତାବାସ ସମେତ ଅନ୍ୟାନ୍ୟ କାର୍ଯ୍ଯାଳୟଗୁଡ଼ିକର ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ଦାବି କରିଛି ଭାରତ। ବାଂଲାଦେଶରେ ଘଟିଥିବା କିଛି ଅପ୍ରୀତିକର ଘଟଣା ପଛରେ ଭାରତର ହାତ ରହିଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହାକୁ ବି ଖଣ୍ଡନ କରିଛି ବୈଦେଶିକ ମନ୍ତ୍ରାଳୟ। ଗତ ସୋମବାର ନ୍ୟାସନାଲ ସିଟିଜେନ ପାର୍ଟି ନେତା ହସନତ ଅବଦୁଲ୍ଲା କହିଥିଲେ- ଯଦି ବାଂଲାଦେଶରେ ଅସ୍ଥିରତା ସୃଷ୍ଟି କରାଯାଏ ତେବେ ଭାରତର ସାତ ଭଉଣୀ କୁହାଯାଉଥିବା ୭ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଭାରତରୁ ଅଲଗା କରିବା ଲାଗି ଯୋଜନା କରାଯିବ ଏବଂ ବିଚ୍ଛିନ୍ନତାବାଦୀମାନଙ୍କୁ ଆଶ୍ରୟ ଦିଆଯିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme