Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

‘ଭାରତ ଉପରୁ ହଟାଅ ୫୦% ଟାରିଫ୍’; ଆମେରିକା ସଂସଦରେ ଉଠିଲା ସ୍ୱର

Posted on December 13, 2025

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟାରିଫ୍ ହଟାଇବାକୁ ଚାପ ପଡିଛି । ଭାରତ ଉପରୁ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ହ୍ରାସ କରିବାକୁ ଆମେରିକା ସଂସଦରେ ସ୍ୱର ଉଠିଛି । ଆମେରିକାର ୩ ଡେମୋକ୍ରାଟିକ ସାଂସଦ ସଂସଦରେ ୫୦ ପ୍ରତିଶତ ଟାରିଫ୍ ବିରୋଧରେ ପ୍ରସ୍ତାବ ଆଣିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ଲଗାଇଥିବା ଟାରିଫ୍ ବିରୋଧରେ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭ ( ଆମେରିକା କଂଗ୍ରେସର ନିମ୍ନ ସଦନ)ରେ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତିରରେ ଲାଗୁ ହୋଇଥିବା ଏହି ଶୁଳ୍କ ବେଆଇନ ଏବଂ ସାଧାରଣ ଆମେରିକୀୟଙ୍କୁ କ୍ଷତି ପହଞ୍ଚାଉଛି । ଭାରତ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରିବାକୁ ଆହ୍ୱାନ କରାଯାଇଛି ।

​​​​​​​
 ଏକ ବିବୃତ୍ତିରେ ଡେମୋକ୍ରାଟିକ୍ ସାଂସଦ ଡେବୋରା ରସ୍‌, ମାର୍କ ଭିସେ ଏବଂ ଭାରତୀୟ ବଂଶୋଦ୍ଭୋବ ରାଜା କୃଷ୍ଣମୂର୍ତ୍ତି କହିଛନ୍ତି, ଏହି ଶୁଳ୍କଗୁ଼ଡ଼ିକ ବେଆଇନ, ଆମେରିକୀୟ ସ୍ୱାର୍ଥ ବିରୋଧରେ ଏବଂ ସାଧାରଣ ଆମେରିକୀୟମାନଙ୍କୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଛି । ଏଗୁଡ଼ିକ ମୂଳତଃ ଦୈନନ୍ଦିନ ଜିନିଷଗୁଡ଼ିକ ଉପରେ ଅତିରିକ୍ତ ଟିକସ । ଅଗଷ୍ଟ ୧ରେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ଅଗଷ୍ଟ ୨୭ରେ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ କଷିଥିଲେ ଯାହା ମୋଟ୍ ୫୦ ପ୍ରତିଶତ ହୋଇଥିଲା । ଯାହା ଅନେକ ଭାରତୀୟ ଉତ୍ପାଦର ଆମଦାନୀ ମୂଲ୍ୟକୁ ଦ୍ୱିଗୁଣିତ କରିଥିଲା । ରାଷ୍ଟ୍ରପତି ଟ୍ରମ୍ପ ଯୁକ୍ତି ଦେଇଥିଲେ କି, ଭାରତ ଏବେ ବି ରୁଷୀୟ ତେଲ କିଣୁଛି, ଯାହା ୟୁକ୍ରେନ ବିରୋଧରେ ମସ୍କୋର ଯୁଦ୍ଧକୁ ପାଣ୍ଠି ଯୋଗାଉଛି । ଶୁଳ୍କ ନୀତି କାର୍ଯ୍ୟକାରୀ କରିବାକୁ ଡୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନର ବ୍ୟବହାର କରିଥିଲେ । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇଛନ୍ତି ଆମେରିକା କଂଗ୍ରେସ ସାଂସଦ ।

ବିବୃତ୍ତି ଅନୁଯାୟୀ, ପ୍ରସ୍ତାବରେ ଭାରତ ଉପରେ ଲାଗୁ ହୋଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ହଟାଇବାକୁ କୁହାଯାଇଛି, ଯାହା  ଅଗଷ୍ଟ ୨୭, ୨୦୨୫ରୁ ଲାଗୁ ହୋଇଛି । ଏହି ଶୁଳ୍କ ପୂର୍ବରୁ ପ୍ରଯୁଜ୍ୟ ପାରସ୍ପରିକ ଶୁଳ୍କ ଉପରେ ଲାଗୁ କରାଯାଇଥିଲା, ଯାହା ଅନେକ ଭାରତୀୟ ଉତ୍ପାଦ ଉପରେ ମୋଟ ଆମଦାନୀ ଶୁଳ୍କକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା । ଏହି କାର୍ଯ୍ୟାନୁଷ୍ଠାନ ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ (IEEPA) ଅଧୀନରେ ନିଆଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme