Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝରରୁ ଉଦ୍ଧାର, ଧରାପଡିଲା ପିଶାଚ ଟ୍ରକ ଡ୍ରାଇଭର

Posted on October 4, 2025

ଭଦ୍ରକ ଜିଲ୍ଲାରୁ ଅପହୃତ ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳାକୁ କେନ୍ଦୁଝର ଝୁମ୍ପୁରା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ଜଡିତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ପଠାଯାଇଛି।

ସୂଚନା ଅନୁସାରେ, ଭଦ୍ରକ ଟାଉନ ଥାନା ଅଧୀନରେ ଥିବା ଚରମ୍ପା ୧୬ ନମ୍ବର ଜାତୀୟ ରାଜପଥ ଫାଣ୍ଡିଛକ ନିକଟରେ ବିଳମ୍ବିତ ରାତିରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଟ୍ରକ ଡ୍ରାଇଭର ଜୋରଜବରଦସ୍ତି କରି ଗାଡିରେ ଉଠାଇ ନେଇଥିଲା। ସମଗ୍ର ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।

ଘଟଣା ଜଣାପଡିବା ସହିତ, ପୋଲିସ ତ୍ୱରିତ ତଦନ୍ତ ଆରମ୍ଭ କରି ଟ୍ରକର ଟ୍ରେସ ମିଳିଲାପରେ ଅଭିଯୁକ୍ତ ଡ୍ରାଇଭରକୁ ଧରି ଆଣିଛି। ପୋଲିସ ଅଧିକାରୀଙ୍କ ଅନୁସାରେ, ଅଭିଯୁକ୍ତ ବିରୋଧରେ ଗୁରୁତର ଧାରାରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme