Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭତ୍ତା ଟଙ୍କା ପାଇଁ ବିବତ୍ସ ହତ୍ୟାକାଣ୍ଡ: ୮୦ ବର୍ଷର ବୃଦ୍ଧାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

Posted on January 25, 2026

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ରଙ୍ଗିଆଢ଼ିପା ଗାଁରେ ଏକ ହୃଦୟବିଦାରକ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ମାତ୍ର କିଛି ଟଙ୍କା ପାଇଁ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ଜିଅନ୍ତା ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣକ ହେଉଛନ୍ତି ସୁମିତ୍ରା ବାଗ। ଏହି ବର୍ବର କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ସୁମିତ୍ରା ଦେବୀ ପଞ୍ଚାୟତ କାର୍ଯ୍ୟାଳୟରୁ ନିଜର ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୩,୫୦୦ ଟଙ୍କା ଧରି ଘରକୁ ଫେରିଥିଲେ। ସେହିଦିନ ଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ତାଙ୍କ ଘରର କବାଟ ଭିତରୁ ବନ୍ଦ ରହିଥିବାରୁ ଏବଂ ସେ ବାହାରକୁ ନବାହାରିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।

ଶୁକ୍ରବାର ଦିନ ବୃଦ୍ଧାଙ୍କର ଜଣେ ସମ୍ପର୍କୀୟ ନାତି ତାଙ୍କୁ ଦେଖା କରିବାକୁ ଆସିଥିଲେ। ବାରମ୍ବାର କବାଟ ବାଡ଼େଇବା ପରେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ସେ କବାଟ ତାଡ଼ି ଭିତରକୁ ପଶିଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ଯେ ଖଟ ଉପରେ ସୁମିତ୍ରାଙ୍କ ଦଗଧ ମୃତଦେହ ପଡ଼ି ରହିଛି। ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଭୟଙ୍କର ଦୃଶ୍ୟ ଦେଖିବା ପରେ ସେ ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ଝାରସୁଗୁଡ଼ାରେ ରହୁଥିବା ବୃଦ୍ଧାଙ୍କ ଦୁଇ ପୁଅ ଗାଁରେ ପହଞ୍ଚି ହେମଗିରି ଥାନାରେ ଏତଲା ଦେଇଥିଲେ। ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପ୍ରାଥମିକ ଭାବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଭତ୍ତା ଟଙ୍କା ପାଇଁ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ପୋଲିସ ବର୍ତ୍ତମାନ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme