Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭକ୍ତଙ୍କ ଦର୍ଶନରେ ଲାଗିଲା ରୋକ୍, ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ

Posted on November 29, 2025

ପରିଚାଳନା କମିଟିଙ୍କ ପରାମର୍ଶ ତଥା ଅଧିସ୍ୱୀକୃତି ଅନୁସାରେ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ପରେ, ପରିଚାଳନା କମିଟିର ବରିଷ୍ଠ ସେବକ ସଦସ୍ୟ ଏବଂ ଅଧିକାରୀ ବୃନ୍ଦ ଶ୍ରୀଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କରିଥିଲେ l ଏହାପରେ ଆସନ୍ତା ଡିସେମ୍ବର ୧ତାରିଖରୁ ଏହାକୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲାଗି ଖୋଲାଯିବା ନେଇ ବିଚାର କରାଯାଇଥିଲା l

ତେବେ ଏହା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ପାଇଁ ଆହୁରି ଅଧିକ ସମୟ ଆବଶ୍ୟକ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରି ରିପୋର୍ଟ ଦେଇଛନ୍ତି l ଏଥିସହ ମନ୍ଦିର ମଧ୍ୟରେ ଷ୍ଟିଲ ବିମ୍ ଲଗାଯିବା ପ୍ରସ୍ତାବ ଥିବା ସହ ଖଣ୍ଡୋଲାଇଟ୍ ପଥର ଲଗା କାମ ବାକି ଥିବା ଦର୍ଶାଇଛନ୍ତି l ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନ ଗୁଡ଼ିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଏବଂ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି l ଏହାକୁ ବିଚାରକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ନିଷ୍ପତ୍ତିକୁ ପରବର୍ତ୍ତି ଆଦେଶ ଯାଏଁ ସ୍ଥଗିତ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme