Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବ୍ୟାନ୍ ହେଲା ସୋସିଆଲ ମିଡିଆ, ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ

Posted on January 2, 2026

ଅଷ୍ଟ୍ରେଲିଆ ପରେ ଏବେ ଫ୍ରାନ୍ସରେ ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ। ଅର୍ଥାତ୍ ୧୫ ବର୍ଷରୁ କମ୍‌ ବୟସର ପିଲାମାନେ ଫେସବୁକ୍‌, ଟୁଇଟର,ହ୍ୱାଟସ୍‌ଆପ୍‌, ଇନଷ୍ଟାଗ୍ରାମ,ୟୁଟ୍ୟୁବ,ସ୍ନାପଚାଟ, ଟିକଟକ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଳାଟଫର୍ମ ଆଉ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ ଆଇନ ଆଣିବାକୁ ଯାଉଛନ୍ତି ସରକାର । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । 

ଦେଶବାସୀଙ୍କୁ ନବବର୍ଷର ବାର୍ତ୍ତା ଦେଇ ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କୁ ନଷ୍ଟ କରିଦେଉଛି । ସେମାନଙ୍କୁ ରକ୍ଷା କରିବା ଆମର ପ୍ରାଥମିକତା । ଦେଶର ୭୯ ପ୍ରତିଶତ ଲୋକ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ କରାଯିବା ଉପରେ ମତ ଦେଇଛନ୍ତି । ସେଥିପାଇଁ ଚଳିତମାସରେ ହିଁ ସଂସଦରେ ବିଲ୍‌ ଅଣାଯିବ । ଏହା ଗୃହୀତ ହେଲେ ଆସନ୍ତା ସେପ୍ଟେମ୍ବର ମାସରୁ ତାହା କାର୍ଯ୍ୟକାରୀ କରାଯିବ । ସେହିଭଳି ବର୍ତ୍ତମାନ ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ଲାଗି ମୋବାଇଲ ଫୋନ୍‌ ବ୍ୟାନ କରାଯାଇଥିଲା ବେଳେ ଆଗକୁ ହାଇସ୍କୁଲ ପିଲାଙ୍କ ଲାଗି ମଧ୍ୟ ତାହା ନିଷିଦ୍ଧ କରାଯିବାର ଯୋଜନା ରହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ବ୍ୟାନ ଲଗାଇଛି । ଦେଶରେ ୧୬ ବର୍ଷରୁ କମ୍‌ ସମୟର ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ।

ଫ୍ରାନ୍ସ  ୨୦୨୩ ମସିହାରେ ଏକ ଆଇନ ପ୍ରଣୟନ କରିଥିଲା ​​ଯେଉଁଥିରେ ୧୫ ବର୍ଷରୁ କମ୍ ବୟସର ପିଲା ଆକାଉଣ୍ଟ ଖୋଲେ ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ପିତାମାତାଙ୍କ ସମ୍ମତି ନେବାକୁ ପଡିବ। କିନ୍ତୁ, ବୈଷୟିକ ଚ୍ୟାଲେଞ୍ଜ ଯୋଗୁଁ, ଏହି ଆଇନ ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରାୟତଃ ଯୁବପିଢ଼ିଙ୍କ ମଧ୍ୟରେ ହିଂସା ପାଇଁ ସୋସିଆଲ ମିଡିଆକୁ ଦାୟୀ କରିଛନ୍ତି। ତାଙ୍କ ନୂତନ ବର୍ଷର ଅଭିଭାଷଣରେ, ସେ ଲୋକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ସୋସିଆଲ ମିଡିଆ ଏବଂ ସ୍କ୍ରିନରୁ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ।
 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme