Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବ୍ରହ୍ମପୁର ଘଟଣା ପ୍ରତିବାଦରେ ଆଜି ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

Posted on October 8, 2025

ବ୍ରହ୍ମପୁରରେ ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା ଘଟଣା ପ୍ରତିବାଦରେ ଆଜି ସାରା ଓଡ଼ିଶାରେ ଆଇନଜୀବୀମାନେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି।

ବାର୍ କାଉନସିଲ ଏହି ହତ୍ୟାକୁ ଦୃଢ ନିନ୍ଦା କରିଥିବା ସହ ସ୍ବତନ୍ତ୍ର ତଦନ୍ତ ପାଇଁ SIT ଗଠନ ଦାବି କରିଛି। କାଉନସିଲ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ଏକ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନିୟନ୍ତ୍ରଣରେ ହେବା ଉଚିତ ଓ ସମୟସୀମା ମଧ୍ୟରେ ସମାପ୍ତ ହେବା ଆବଶ୍ୟକ।

ସମସ୍ତ ଅପରାଧୀ, ଷଡ଼ଯନ୍ତ୍ରକାରୀ ଓ ସହଯୋଗୀଙ୍କୁ ଶୀଘ୍ର ଗିରଫ କରିବାକୁ ବାର୍ କାଉନସିଲ ଦାବି କରିଛି। ସେହିପରି, ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ କୋର୍ଟ ପରିସରରେ CCTV କ୍ୟାମେରା ସ୍ଥାପନ କରିବାକୁ ଓ ଆଇନଜୀବୀମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସରକାରକୁ ଆହ୍ୱାନ କରାଯାଇଛି।

ଏହାସହିତ, ମୃତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥିକ ସାହାଯ୍ୟ ଦେବା ପାଇଁ ମଧ୍ୟ ବାର୍ କାଉନସିଲ ରାଜ୍ୟ ସରକାରଙ୍କୁ ନିବେଦନ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme