Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବ୍ରହ୍ମପୁର ଘଟଣା ପ୍ରତିବାଦରେ ଆଜି ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

Posted on October 8, 2025

ବ୍ରହ୍ମପୁରରେ ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା ଘଟଣା ପ୍ରତିବାଦରେ ଆଜି ସାରା ଓଡ଼ିଶାରେ ଆଇନଜୀବୀମାନେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି।

ବାର୍ କାଉନସିଲ ଏହି ହତ୍ୟାକୁ ଦୃଢ ନିନ୍ଦା କରିଥିବା ସହ ସ୍ବତନ୍ତ୍ର ତଦନ୍ତ ପାଇଁ SIT ଗଠନ ଦାବି କରିଛି। କାଉନସିଲ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ଏକ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନିୟନ୍ତ୍ରଣରେ ହେବା ଉଚିତ ଓ ସମୟସୀମା ମଧ୍ୟରେ ସମାପ୍ତ ହେବା ଆବଶ୍ୟକ।

ସମସ୍ତ ଅପରାଧୀ, ଷଡ଼ଯନ୍ତ୍ରକାରୀ ଓ ସହଯୋଗୀଙ୍କୁ ଶୀଘ୍ର ଗିରଫ କରିବାକୁ ବାର୍ କାଉନସିଲ ଦାବି କରିଛି। ସେହିପରି, ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ କୋର୍ଟ ପରିସରରେ CCTV କ୍ୟାମେରା ସ୍ଥାପନ କରିବାକୁ ଓ ଆଇନଜୀବୀମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସରକାରକୁ ଆହ୍ୱାନ କରାଯାଇଛି।

ଏହାସହିତ, ମୃତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥିକ ସାହାଯ୍ୟ ଦେବା ପାଇଁ ମଧ୍ୟ ବାର୍ କାଉନସିଲ ରାଜ୍ୟ ସରକାରଙ୍କୁ ନିବେଦନ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme