ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ପଞ୍ଚାୟତ ଅଫିସ ମାର୍କେଟ ଗୃହ ଗୁଡିକରେ ପ୍ରଶାସନ ତାଲା ପକାଇବା ସହ ମା ମଙ୍ଗଳା ଢ଼ାବାକୁ ଭାଙ୍ଗି ଦେଇଛି।ଦୀର୍ଘ ଦିନ ଧରି ଢ଼ାବାଟି ବେଆଇନ ଭାବେ ଚାଲୁଥିବା ସରପଞ୍ଚ ରୁନୁବାଳା ପ୍ରଧାନ ଅଭିଯୋଗ କରି ଆସୁଥିଲେ। ଏପରିକି ପଞ୍ଚାୟତ ନିୟମ କୁ ଫୁରେ ଉଡେଇ ମାର୍କେଟ କମ୍ପ୍ଲେକ୍ସ ଏବଂ ଢ଼ାବା ଚଳାଉଥିଲେ ପୂର୍ବତନ ସରପଞ୍ଚ। ଯାହାକୁ ନେଇ ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା କୋର୍ଟରେ ସ୍ଥଗିତ ହୋଇଥିଲା। ଏ ନେଇ ବିଧିବଦ୍ଧ ଭାବେ ପରଜଙ୍ଗ ତହସିଲଦାରଙ୍କ ଚିଠି ସଂଖ୍ୟା -୪୪୪୮ ଅନୁଯାୟୀ ଉଚ୍ଛେଦ କରାଯାଇଛି । ମାର୍କେଟ କମ୍ପ୍ଲେକ୍ସରେ ଥିବା ଗୃହ ଗୁଡିକ ତାଲା ପକାଇବା ସହ ବେଆଇନ ଢ଼ାବାକୁ ଭଙ୍ଗା ଯାଇଛି। ଉଚ୍ଛେଦ ବେଳେ ପରଜଙ୍ଗ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ , ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।
