Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

Posted on November 11, 2025

ରାଉରକେଲା ସହରରେ ଗୋଠଛଡ଼ା ଦନ୍ତା ଉତ୍ପାତ। ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ। ମଙ୍ଗଳବାର ଭୋର୍ ୩ଟା ସମୟରେ ଏକ ଗୋଠଛଡ଼ା ଦନ୍ତା ବନ୍ଧମୁଣ୍ଡା ଡ଼ୁମେର୍ତ୍ତାରୁ ବାହାରି ସେକ୍ଟର-୧ ସ୍ଥିତ କଲ୍ୟାଣୀ ବସ୍ତି ଆଡ଼କୁ ଯାଇଥିଲା। ପରେ ଦିଗ ବଦଳାଇ ସେକ୍ଟର-୧ ରାସ୍ତା ଦେଇ ଶକ୍ତିନଗର ଅଞ୍ଚଳ ହୋଇ କୋଏଲନଗର ଆଡ଼କୁ ଆସିଥିଲା। ସେଠାରେ ବୃଦ୍ଧା ଜଣଙ୍କ ହାତୀ ହାବୁଡ଼ରେ ପଡ଼ିବାରୁ ସେ କଚାଡ଼ି ମାରି ଦେଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୃଦ୍ଧାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ଦନ୍ତା ହାତୀଟି ଏଭଳି ନାରକୀୟ କାଣ୍ଡ ଘଟାଇବା ପରେ ଜେନା ବସ୍ତି ଆଡ଼କୁ ଚାଲି ଯାଇଥିଲା । ବନବିଭାଗ ଖବର ପାଇବା ପରେ ପାନପୋଷ ବନଖଣ୍ଡ ରେଞ୍ଜରଙ୍କ ନେତୃତ୍ୱରେ ଏକ ୩୦ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦନ୍ତାର ଗତିବିଧି ଉପରେ ନଜର ରଖିଛି। ସହର ଭିତରେ ହାତୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme