Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବୁଡ଼ ପକାଇବା ବେଳେ ଭାସିଗଲେ ୨ ମହିଳା

Posted on November 3, 2025

କାର୍ତ୍ତିକ ମାସରେ ବୁଡ଼ ପକାଇବା ବେଳେ ନଦୀରେ ଭାସିଗଲେ ଦୁଇ ମହିଳା । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତକ ହେଉଛନ୍ତି ଟିକରପଡ଼ା ଗ୍ରାମର ସବିତା ଗୌଡ଼ ଓ ଲଳିତା ପାଢ଼ୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଟିକରପଡ଼ା ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କାର୍ତ୍ତିକ ମାସରେ ରାତି ୩ ଟାରୁ ଉଠି ନଦୀରେ ଗାଧୋଇବା ପରେ ଶିବ ମନ୍ଦିର ଯାଇଥାନ୍ତି କିଛି ଗ୍ରାମବାସୀ । ଆଜି ଗାଧୋଇବା ବେଳେ ହଠାତ ନଦୀର ପାଣିରେ ଦୁଇ ଜଣ ମହିଳା ଭାସିଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ  ଆରମ୍ଭ କରିଥିଲେ । କିଛି ସମୟ ପରେ ଦୁଇ ମହିଳାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍ ଆଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ବାତ୍ୟା ମୋନ୍‌ଥା ପାଇଁ ଘୋଡ଼ାହାଡ଼ ନଦୀରେ ପାଣିର ସ୍ରୋତ ଅଧିକ ରହିଛି । ତେଣୁ ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ନ ଯିବାକୁ ବାରଣ କରାଯାଇଛି । ଏହା ସତ୍ତ୍ୱେ ଲୋକେ ବାରମ୍ବାର ନଦୀକୁ ଯାଉଛନ୍ତି । ତେଣୁ ଏହି ଦୁର୍ଘଟଣା ହେଉଥିବା ଘୋଡ଼ାହାଡ଼ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆହୁରି ୧୫ ଦିନ ପର୍ଯ୍ୟନ୍ତ ନଦୀର ଜଳସ୍ତର ଅଧିକ ରହିବ । ତେଣୁ ନଦୀକୁ ନ ଯିବାକୁ ସତର୍କ ସୂଚନା ଦିଆଯାଇଛି । କାର୍ତ୍ତିକ ମାସର ଶେଷ ସୋମବାରରେ ଏଭଳି ଘଟଣା ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme