
ତାଳଚେର: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଜିଲ୍ଲା ବିଚାରଧାର ବିଭାଗ ପକ୍ଷରୁ ୬୨ତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସଦର ଅନୁଗୋଳ ଶାଖା ସଭାପତି ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠ୍ୟଚକ୍ରରେ ଆଲୋଚକ ଭାବରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଯୋଗ ଦେଇ ‘ଖଲିଲ୍ ଜିବ୍ରାନଙ୍କ ଜୀବନ ଓ ଦର୍ଶନ’ ଶୀର୍ଷକ ଆଭାସୀ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ବିଶିଷ୍ଟ ଆମେରିକୀୟ ଲେଖକ ଖଲିଲ୍ ଜିବ୍ରାନଙ୍କ ଜୀବନୀ ଓ ତାଙ୍କ ରଚନାସମୂହରେ ଥିବା ବିଭିନ୍ନ ଦାର୍ଶନିକ ଚିନ୍ତାଧାରା ସମ୍ବଦ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକ ସଂସଦର ଅନୁଗୋଳ ଜିଲ୍ଲା ଶାଖା ସଂପାଦକ କୃଷ୍ଣଚନ୍ଦ୍ର ସାହୁ ବିବେକାନନ୍ଦଙ୍କ ଦିବ୍ୟବାଣୀ ପାଠ କରିଥିବା ବେଳେ ଭବାନୀ ଶଙ୍କର ମିଶ୍ର ଓଁକାର ବନ୍ଦନା କରିଥିଲେ । ସଂସଦର ମଧ୍ୟସମ୍ଭାଗ ସଂପର୍କ ସେତୁ ବିଭାଗର ସଂଯୋଜକ ବିଭୂତି ଭୂଷଣ ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ । ଶେଷରେ ଅଧ୍ୟାପକ ନରେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠ୍ୟଚକ୍ରରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସଙ୍ଗଠନ ସଂପାଦକ ଡ.ଚିତ୍ତରଞ୍ଜନ ନାୟକ, ଅନୁଗୋଳ ଶାଖା ଉପସଭାପତି ଶିକ୍ଷାବିତ୍ ପ୍ରତାପ କୁମାର ତ୍ରିପାଠୀ, ଡ.ବିଶ୍ୱଜିତ୍ ଖମାରୀ, ଘନଶ୍ୟାମ ଲେଙ୍କା, ଅନୀତା ପାଣି, ଦିପ୍ତୀରାଣୀ ସିଂହ, ଯୁଗଳ କିଶୋର ପ୍ରଧାନ, ନୃସିଂହ ଚରଣ ନାୟକ, ସଂଯୁକ୍ତା ପ୍ରଧାନ, ସୁଷମା ପଟେଲ, ତରଙ୍ଗିଣୀ ମହାପାତ୍ର, ରାମପ୍ରସାଦ ବାରିକ, ଶମ୍ବୁପ୍ରସାଦ ମିଶ୍ର, ପ୍ରଦୀପ କୁମାର ସାହୁ, ଜୟଶ୍ରୀ ଷଡ଼ଙ୍ଗୀ, ଭଗବାନ ପଟେଲ, ରେଣୁବାଳା ସାମଲଙ୍କ ସମେତ ବହୁ ସଦସ୍ୟ,ସଦସ୍ୟା ଯୋଗ ଦେଇଥିଲେ ।
