
ବିଦ୍ୟାଳୟକୁ ଯିବା ବାଟରେ ଦୁଇ ଛାତ୍ରଛାତ୍ରୀଙ୍କ ଉପରେ ଛିଣ୍ଡି ପଡିଲା ବିଦ୍ୟୁତ ସର୍ଭିସ୍ ତାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ରେଣଦାପାଟଣା ଗ୍ରାମରେ । ଗ୍ରାମର ବାବୁଲି ଦେହୁରୀଙ୍କ ଦୁଇ ପୁଅଝିଅ ଶୁଭମ ଦେହୁରୀ ପ୍ରଥମ ଶ୍ରେଣୀ ଛାତ୍ର ଓ ବର୍ଷାରାଣୀ ଦେହୁରୀ ଦ୍ବିତୀୟ ଶ୍ରେଣୀ ଛାତ୍ରୀ, ପ୍ରତିଦିନ ପରି ଆଜି ଘରୁ ପାଠ ପଢିବାକୁ ବିଦ୍ୟାଳୟକୁ ବାହାରିଯାଇଥିଲେ । ତେବେ ଯିବା ବାଟରେ ହଠାତ ତାଙ୍କ ଉପରେ ବିଦ୍ୟୁତ ସର୍ଭିସ୍ ତାରଟି ଛିଣ୍ଡି ପଡିଥିଲା ।ଫଳରେ ଦୁଇ ଭାଇଭଉଣୀ ବିଦୂତ ସଂସ୍ପର୍ଶରେ ଆସିଥିଲେ ପରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଘର ଲୋକଙ୍କୁ ଖବର କରିଥିଲେ । ପରେ ଘର ଲୋକେ ଦୁଇ ଭାଇଭଉଣୀଙ୍କର ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ। ଦୁଇ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ଦୁଇ ଭାଇଭଉଣୀ ରେଣଦାପାଟଣା ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ଜଣାପଡିଛି ।

