Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଦ୍ୟୁତ୍ ଆଘାତରେ ଆଖିବୁଜିଲା ହାତୀ ଛୁଆ

Posted on December 20, 2025

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗଦାଶିଳା ସେକ୍ସେନ ଅଧୀନ ମହାଦିଆ ଗ୍ରାମ ଠାରେ ଗତକାଲି ରାତିରେ ଏକ ହାତୀ ଛୁଆର ବିଦ୍ୟୁତ୍ ଆଘାତରେ ଜୀବନ ଚାଲି ଯାଇଥିଵା ଜଣାପଡିଛି। 

ହାତୀପଲ ବିଲରୁ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ହାତୀ ପଲ ମଠରଗଡ଼ି ଜଙ୍ଗଲରୁ ବାହାରି ବିଲକୁ ଯିବା ସମୟରେ ମହାଦିଆ ଗ୍ରାମରେ ଫସଲ ରକ୍ଷା କରିବା ପାଇଁ ଚାଷୀ ଜମି ଚାରିପଟେ ଦେଇଥିବା ସୋଲାର କରେଣ୍ଟରେ ଲାଗି ଯିବାରୁ ହାତୀଛୁଆ ସେଥିରୁ ମୁକୁଳି ନପାରି ମୃତ୍ୟୁ ବରଣ କରିଥିଵା ଜଣାପଡିଛି। ଏହି ସୋଲାର ସହିତ ବିଦ୍ୟୁତ ସଂଯୋଗ ହୋଇଥିବା କିମ୍ବା ହାଇ ଭୋଲଟ୍ ପାଇଁ ହାତୀ ଛୁଆ ମରିଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କର୍ମଚାରୀ ମାନେ କହିଛନ୍ତି।

ତେବେ ମା ହାତୀ ନିଜ ଛୁଆକୁ କିଛି ସମୟ ଜଗିରହିବା ପରେ ନିଜ ଗୋଡ଼ରେ ଛୁଆକୁ ଠେଲି ଠେଲି କିଛି ବାଟ ମହାଦିଆ ଆମ୍ବ ତୋଟା ଜଙ୍ଗଲ ଆଡ଼କୁ ନେଉ ତୋଟା ଭିତରେ ଛୁଆକୁ ଛାଡ଼ି କେଉଁ ଆଡେ ଛପି ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ଜଗି ରହି ମା ହାତୀର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme