Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାହ୍ୟ ଶକ୍ତିକୁ ପ୍ରତିହତ କରିବାକୁ ସାମୁଦ୍ରିକ ଥାନାର ଗୁରୁତ୍ୱ, ଭଡ଼ା ଟ୍ରଲର୍‌ରେ ଚାଲିଛି ପାଟ୍ରୋଲିଂ

Posted on December 24, 2025

ଉପକୂଳ ସୁରକ୍ଷା, ଚୋରାଚାଲାଣ, ଜଳଦସ୍ୟୁ, ବାହ୍ୟଶକ୍ତି ଓ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସାମୁଦ୍ରିକ ଥାନାର ଗୁରୁତ୍ୱ ଅଧିକ। ବିଶେଷକରି ବାଂଲାଦେଶୀ ଅନୁପ୍ରବେଶକାରୀ ଯେପରି ସମୁଦ୍ର ପଥରେ ପ୍ରବେଶ କରିପାରିବେ ନାହିଁ ସେଥିଲାଗି କୋଷ୍ଟାଲ୍‌ ସିକ୍ୟୁରିଟି ସଂସ୍ଥା ସାମୁଦ୍ରିକ ଥାନାର ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ଏବେ କଳେବର ବଢ଼ିଛି। ବଙ୍ଗୋପସାଗରରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ସୀମା ଗଞ୍ଜାମ ଜିଲ୍ଲାର ସାମୁଦ୍ରିକ ଥାନାରୁ ପଶ୍ଚିମବଙ୍ଗ ସୀମା ଯାଏ ଲମ୍ବିଥିବା ବାଲେଶ୍ୱର ଜିଲ୍ଲାର ସାମୁଦ୍ରିକ ଥାନା ଯାଏ ରାଜ୍ୟରେ ୫୮୦ କିମି ସମୁଦ୍ର କୂଳ ରହିଛି । ଏହି ସମୂଦ୍ର ପଥରେ ବାହ୍ୟ ଶକ୍ତିକୁ ପ୍ରତିହତ କରିବା ପାଇଁ ୨୦ଟି ଟ୍ରଲର୍‌ ତଥା ଜାହାଜ ପାଟ୍ରୋଲିଂରେ ନିୟୋଜିତ ଥିବାର ସୂଚନା ମିଳିଛି । ଏଥିରୁ କେତେ କାର୍ଯ୍ୟକ୍ଷମ ତାହା ଠିକ୍‌ ଭାବେ ଜଣାପଡ଼ି ନଥିଲେ ମଧ୍ୟ ୨୦ଟି ରୁ ୫ଟି ଜାହାଜ ପୁଲିସ ଭଡ଼ାରେ ଆଣି ପାଟ୍ରୋଲିଂ ଚଳାଇଥିବାର ସାମୁଦ୍ରିକ ଥାନା ସୂତ୍ରରୁ ସୂଚନା ମିଳିଛି।

ଭଡ଼ାରେ ଆସିଥିବା ଜାହାଜଗୁଡ଼ିକ ୧୨ ଟନ୍‌ କ୍ଷମତା ଥିବା ଜଣାଯାଇଛି । ସେହିପରି ଦୂରରୁ ବାହ୍ୟଶକ୍ତି ଓ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବା ଲାଗି ସାମୁଦ୍ରିକ ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରାଯାଉଛି । ରାଜ୍ୟର ୧୮ଟି ଯାକ ସାମୁଦ୍ରିକ ଥାନାରେ ଡ୍ରୋନ୍‌ କ୍ୟାମେରା ଉପଲବ୍ଧ ନ ଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲା, ପୁରୀ, ପାରାଦୀପ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର କିଛି ପ୍ରମୁଖ ସାମୁଦ୍ରିକ ଥାନାରେ ୧୦ଟି ଡ୍ରୋନ୍‌ କ୍ୟାମେରା ପ୍ରଦାନ କରାଯାଇଥିବାର ସୂଚନା ମିଳିଛି । ଉକ୍ତ ଡ୍ରୋନ୍‌ କ୍ୟାମେରାରୁ ୫ଟି କାର୍ଯ୍ୟକ୍ଷମ ଥିବାର ଜଣାଯାଇଛି । ସ୍ଥଳଭାଗରୁ ସମୁଦ୍ରରେ ୨୪ କିମି ପର୍ଯ୍ୟନ୍ତ ଉଡ଼ି ଭିଡିଓ ଉତ୍ତୋଳନ କରିବାର ଏହାର କ୍ଷମତା ରହିଛି । ଗୋଟିଏ ଡ୍ରୋନ୍‌ କ୍ୟାମେରାର ମୂଲ୍ୟ ୧ କୋଟି ୨୪ ଲକ୍ଷ ଟଙ୍କା ରହିଛି ।   

ସାମୁଦ୍ରିକ ଥାନା ଗୁଡ଼ିକର କାର୍ଯ୍ୟ ପରିସୀମା ସମୁଦ୍ରରୁ ସ୍ଥଳ ଭାଗର ୨ କିମି ପର୍ଯ୍ୟନ୍ତ ରହିଛି। ଏହି ପରିସୀମା ମଧ୍ୟରେ ଯଦି କିଛି କୌଣସି ଅଘଟଣ କିମ୍ବା ଅନୁପ୍ରବେଶ ଆଦି ଅପରାଧୀକ କାର୍ଯ୍ୟକଳାପ ହୁଏ ତାହା ସମ୍ପୃକ୍ତ ସାମୁଦ୍ରିକ ଥାନା ମାମଲା ରୁଜୁ କରିବାର କ୍ଷମତା ରହିଛି। ଅନୁପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗୁରୁତ୍ୱ ଦେଉଥିବାରୁ ସାମୁଦ୍ରିକ ଥାନାର ଦାୟିତ୍ୱ ବଢ଼ିଛି । ତେଣୁ ସମୁଦ୍ର ଉପକୂଳରେ ବସବାସ କରୁଥିବା ଲୋକଙ୍କ ସମ୍ପର୍କ ବଢ଼ାଇବା ପାଇଁ ପ୍ରତି ମାସରେ ୧୮ ଟି ଯାକ ଥାନାକୁ ସରକାର ସ୍ତରରେ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଅପରାଧିକ କାର୍ଯ୍ୟକଳାପ ଓ ସମାଜ ବିରୋଧୀ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଇବା ଏହାର ମୂଳ ଲକ୍ଷ୍ୟ ରହିଛି । ସେହିପରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅଜଣା ଅଚିହ୍ନା ଲୋକଙ୍କୁ ଆଶ୍ରୟ ନ ଦେବା ଓ ସିନ୍ଦିଗ୍‌ଧଙ୍କ ସମ୍ପର୍କରେ ଖବର ସଂଗ୍ରହ ପାଇଁ ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସମ୍ପର୍କ ବୃଦ୍ଧି ଓ କଡ଼ାକଡ଼ି ପାଟ୍ରୋଲିଂ ହେଲେ ସମୁଦ୍ର ପଥରେ ରାଜ୍ୟକୁ ଆସୁଥିବା ବାଲାଂଦେଶ ଅନୁପ୍ରବେଶକାରୀଙ୍କୁ ନିୟନ୍ତ୍ରଣ କରିବାରେ ସହାୟକ ବୋଲି କୋଷ୍ଟାଲ୍‌ ସିକ୍ୟୁରିଟି ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସାମୁଦ୍ରିକ ଥାନା ସ୍ତରରେ ବାସ୍ତବରେ ସମୁଦ୍ରରେ କେତେ ପାଟ୍ରୋଲିଂ ହେଉଛି ଓ ସନ୍ଦିଗ୍‌ଧଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ସାମୁଦ୍ରିକ ଥାନା ବାସ୍ତବରେ କେତେ ଉତ୍ପର ରହିଛି ତାହା ଦେଖିବାକୁ ନାହିଁ। ତେଣୁ ରାଜ୍ୟର ଅଧିକାଂଶ ସାମୁଦ୍ରିକ ଥାନାରେ ମାସକୁ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ବ୍ୟବସ୍ଥାର ଠିକ ଭାବେ ଉପଯୋଗ ହେଉନଥିବା ଅଭିଯୋଗ ହେଉଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme