
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭ୍ରମରପୁର ବାହୁଦା ନଦୀ ପଠାରେ ବାଲି ଚାଲାଣ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର। ବାଲିଗାଡ଼ି ସହ ତଳେ ଚାପିହୋଇ ନାବାଳକ ମୃତ। ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଆହତ ସୂଚନା। ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉଠାଇ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ବାଲି ଚାଲାଣ ନେଇ ସ୍ଥାନୀୟଲୋକ ଅସନ୍ତୋଷ ପ୍ରକାଶ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି।
