Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଲି ଚାଲାଣ ବେଳେ ଚଢାଉ, ୭ ଟ୍ରାକ୍ଟର ଜବତ

Posted on December 9, 2025

ବେଆଇନ ବାଲି ପରିବହନ ବେଳେ ମହାନଦୀ ବାଲିଘାଟରୁ ୭ ଟ୍ରାକ୍ଟର ଜବତ। ମଙ୍ଗଳବାର ସକାଳ ୮ଟାରେ ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମପଞ୍ଚାୟତ ଡମ୍ବରୁଗଡ ନିକଟ ମହାନଦୀ ବାଲିଘାଟରୁ ଏହି ସବୁ ଟ୍ରାକ୍ଟର ଜବତ ହୋଇଛି। 

ସୂଚନାନୁଯାୟୀ, ଡମ୍ବରୁଗଡ ନିକଟ ମହାନଦୀ ବାଲିଘାଟ ନିଲାମ ହୋଇନଥିବା ବେଳେ ଟ୍ରାକ୍ଟର ଯୋଗେ ବେଆଇନ ବାଲି ଚାଲାଣ ହେଉଥିଲା। ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ମଙ୍ଗଳବାର ସକାଳ ୮ଟାରେ ବୌଦ୍ଧ ପୁଲିସ ଓ ପ୍ରଶାସନ ମିଳିତ ଭାବେ ଚଢାଉ କରିଥିଲା। ବାଲି ଚୋରା ଚାଲାଣ କରୁଥିବା ୭ଟି ଟ୍ରାକ୍ଟର ଜବତ କରାଯାଇଥିଲା। ବାଉଁଶୁଣୀ ପୁଲିସ ସମସ୍ତ ବାଲି ବୋଝେଇ ଟ୍ରାକ୍ଟର ସହ ଗାଡି ଚାଳକମାନଙ୍କୁ ଅଟକ ରଖିଛି। ଗାଡି ମାଲିକମାନେ ପହଞ୍ଚିବା ପରେ ଖଣି ବିଭାଗ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।       

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme