Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଲି ଚାଲାଣ ଉପରେ ଆକ୍ସନ, ୨୦ ହାଇୱା ଜବତ

Posted on January 19, 2026

ମୋହନା ଥାନା ଅନ୍ତର୍ଗତ ଜରଉ ଘାଟିରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବିଦ୍ୟୁତ୍ ଖଣ୍ଟରେ ପିଟିହୋଇ ଓଲଟିଲା ଅଟୋ। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୭ ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ଅଟୋ ଭିତରୁ ଆହତ ପିଲାଙ୍କୁ ଉଦ୍ଧାର କରି ଗଞ୍ଜାମ ବଡ଼ଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୋହନା ପୁଲିସ ପହଞ୍ଚି ଅଟୋ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଅସୁରକ୍ଷିତ ଭାବେ ଏତେ ସଂଖ୍ୟାରେ ସ୍କୁଲ ପିଲା ଅଟୋ କିପରି ଯାଉଥି ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।ଆକ୍ସନ୍ ମୁଡ୍ ରେ ଭଦ୍ରକ ବନ୍ତ ପୁଲିସ। ବେଆଇନ ବାଲି ଗାଡି ଉପରେ ଚଢାଉ। ୨୦ଟି ବାଲି ବୋଝେଇ ହାଇୱା ଜବତ। ଟାର୍ଗେଟ୍ ରେ ବାଲି ମାଫିଆ। ବୈତରଣୀ ଘାଟରୁ ଭଦ୍ରକକୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଏହି ହାଇୱା ଜବତ ହୋଇଛି। ବନ୍ତ ପୁଲିସ ଗାଡିଗୁଡ଼ିକୁ ଅଟକ ରଖି ତଦନ୍ତ ଚଳାଇଛି।

ସୂଚନାନୁଯାୟୀ, ଆନନ୍ଦପୁର ବୈତରଣୀ ନଦୀର ବିଭିନ୍ନ ଘାଟରୁ ଭଦ୍ରକକୁ ବେଆଇନ ବାଲି ଚାଲାଣ ହେଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ଏହାପରେ ବନ୍ତ ପୁଲିସ ଭଦ୍ରକରୁ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ ଚଢାଉ କରି ୨୦ଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରିଛି। ପୁଲିସ ପିଛା କରୁଥିବା ଦେଖି କିଛି ହାଇୱା ତରବରିଆ ଭାବେ ରାସ୍ତା ପାର୍ଶ୍ଵରେ ବାଲି ଅନଲୋଡିଂ କରିଦେଇଛନ୍ତି। ତଥାପି ପୁଲିସ ଏହି ସବୁ ଗାଡି ଗୁଡ଼ିକୁ ଅଟକ ରଖି ତଦନ୍ତ ଚଳାଇଛି। ଖୁବଶୀଘ୍ର ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme