
ମୋହନା ଥାନା ଅନ୍ତର୍ଗତ ଜରଉ ଘାଟିରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବିଦ୍ୟୁତ୍ ଖଣ୍ଟରେ ପିଟିହୋଇ ଓଲଟିଲା ଅଟୋ। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୭ ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ଅଟୋ ଭିତରୁ ଆହତ ପିଲାଙ୍କୁ ଉଦ୍ଧାର କରି ଗଞ୍ଜାମ ବଡ଼ଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୋହନା ପୁଲିସ ପହଞ୍ଚି ଅଟୋ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଅସୁରକ୍ଷିତ ଭାବେ ଏତେ ସଂଖ୍ୟାରେ ସ୍କୁଲ ପିଲା ଅଟୋ କିପରି ଯାଉଥି ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।ଆକ୍ସନ୍ ମୁଡ୍ ରେ ଭଦ୍ରକ ବନ୍ତ ପୁଲିସ। ବେଆଇନ ବାଲି ଗାଡି ଉପରେ ଚଢାଉ। ୨୦ଟି ବାଲି ବୋଝେଇ ହାଇୱା ଜବତ। ଟାର୍ଗେଟ୍ ରେ ବାଲି ମାଫିଆ। ବୈତରଣୀ ଘାଟରୁ ଭଦ୍ରକକୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଏହି ହାଇୱା ଜବତ ହୋଇଛି। ବନ୍ତ ପୁଲିସ ଗାଡିଗୁଡ଼ିକୁ ଅଟକ ରଖି ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ଆନନ୍ଦପୁର ବୈତରଣୀ ନଦୀର ବିଭିନ୍ନ ଘାଟରୁ ଭଦ୍ରକକୁ ବେଆଇନ ବାଲି ଚାଲାଣ ହେଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ଏହାପରେ ବନ୍ତ ପୁଲିସ ଭଦ୍ରକରୁ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ ଚଢାଉ କରି ୨୦ଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରିଛି। ପୁଲିସ ପିଛା କରୁଥିବା ଦେଖି କିଛି ହାଇୱା ତରବରିଆ ଭାବେ ରାସ୍ତା ପାର୍ଶ୍ଵରେ ବାଲି ଅନଲୋଡିଂ କରିଦେଇଛନ୍ତି। ତଥାପି ପୁଲିସ ଏହି ସବୁ ଗାଡି ଗୁଡ଼ିକୁ ଅଟକ ରଖି ତଦନ୍ତ ଚଳାଇଛି। ଖୁବଶୀଘ୍ର ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।
