
ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବାଲିଡିହା ଡ୍ୟାମରେ ମଙ୍ଗଳବାର ଅପରାହ୍ନ ସମୟରେ ହାତୀ ପଲ ଦେଖା ଦେଇଥିଲେ। ୩ଟି ବଡ଼ ହାତୀ ଓ ଜଣେ ଶାବକ ମିଶି ୪ଟି ହାତୀ ଖାଦ୍ୟ ଅନ୍ୱେଷଣରେ ଜନବସତି ନିକଟକୁ ଆସିଥିଲେ।
ଡ୍ୟାମ ଅଞ୍ଚଳରେ ଥିବା କେନାଲ ପାଣିରେ ହାତୀମାନେ ଜଳ କ୍ରୀଡା କରୁଥିବା ଦୃଶ୍ୟ ଦେଖି ପିକନିକକାରୀ ଓ ଗ୍ରାମବାସୀମାନେ ଭୟଭୀତ ହୋଇଥିଲେ। ଘଟଣାସ୍ଥଳରେ ହାତୀ ପଲଙ୍କୁ ଦେଖିବାକୁ ଅନେକ ଲୋକ ଭିଡ଼ ଜମାଇଥିଲେ।
ଖବର ପାଇ ବନ ବିଭାଗ ଦଳ ପହଞ୍ଚି ହାତୀମାନଙ୍କ ଗତିବିଧି ଅନୁଧ୍ୟାନ କରି ସେମାନଙ୍କୁ ଜନବସତି ଅଞ୍ଚଳରୁ ଦୂରକୁ ନେଇଯାଇଥିଲେ। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ହାତୀ ପଲଙ୍କ ଉପରେ ନିରୀକ୍ଷଣ ଜାରି
