Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଲିଗୁଡ଼ା ବନଖଣ୍ଡରେ ଆତଙ୍କ ଖେଳାଉଛନ୍ତି ଦନ୍ତା…

Posted on December 20, 2025

 ଶୀତରେ ମାତିଛନ୍ତି ଦନ୍ତା… କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ଖେଳାଉଛନ୍ତି ଆତଙ୍କ । ନଷ୍ଟ କରୁଛନ୍ତି ଫସଲ । ହାତୀପଲଙ୍କ ଉପରେ ନଜର ରଖିଛି ବନବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼, ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚାଉଛନ୍ତି । ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର ବେଲଘର, ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ଼ ଅଞ୍ଚଳରେ ମଧ୍ୟ ୨୦ ରୁ ଉର୍ଦ୍ଧ୍ୱ ହାତୀ ଚଳପ୍ରଚଳ କରିବା ସହ ଅନେକ ଲୋକଙ୍କ ବିରି, ମୁଗ, କପା ଫସଲ ନଷ୍ଟ କରିଥିବା ଜଣାପଡ଼ିଛି ।

ସେପଟେ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ । ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନ ବି କରୁଛି । କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ବର୍ତ୍ତମାନ କେସ୍ରାଗୁଡ଼ା ନିକଟସ୍ଥ ଡେଙ୍ଗୁଡ଼ା ଗାଁ ଜଙ୍ଗଲରେ ଥିବା ଜଣାପଡ଼ିଛି । ସେପଟେ ହାତୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme