Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଜିରାଉତଙ୍କ ୮୮ ତମ ଶ୍ରାଦ୍ଧ ବାର୍ଷିକ ପାଳନ

Posted on October 11, 2025

ସର୍ବକନିଷ୍ଠ ସହିଦ ବାଜିରାଉତଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ୮୮ ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି। ତାଙ୍କ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ପ୍ରଥମେ ନିଳକଣ୍ଠପୁର ଗ୍ରାମ ବ୍ରାହ୍ମଣୀ ନଦୀ ଘାଟରେ ତିଳତର୍ପଣ କରାଯାଇଥିଲା। ଏବଂ ପରେ ବାଜିରାଉତ ସ୍ମୃତିପିଠ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,କାମାକ୍ଷାନଗର ବିଧାୟକ,ଢେଙ୍କାନାଳ ଜିଲ୍ଲାପାଳ,ଢେଙ୍କାନାଳ ଏସ୍ପି , ସହିଦ ବାଜିରାଉତଙ୍କ ଦାୟଦ ଏବଂ ବାଜି ରାଉତ ସ୍ମୃତି ପରିଷଦର ସଭାପତି ସମେତ ଭୁବନ ବ୍ଲକ ଅଧ୍ୟକ୍ଷା ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତି ରହିଥିଲେ। ବାଜିରାଉତଙ୍କ ବିରଚ୍ବ ଓ ଦେଶପାଇଁ ବଳିଦାନ ହୋଇଥିବା ବିଷୟରେ ମୁଖ୍ୟଅତିଥି ମାନେ ସ୍ମୃତିଚାରଣ କରିଥିଲେ। ଏବଂ ୧୧.୧୦.୧୯୩୮ ମସିହାରେ ଆଜିର ଦିନରେ ବ୍ରିଟିଶ ଗୁଳିରେ ପ୍ରାଣ ହରାଇଥିଲେ। ତାଙ୍କ ସହ ଗ୍ରାମର ଅନ୍ୟ ୫ ଜଣ ମଧ୍ୟ ବ୍ରିଟିଶ ଗୁଳିରେ ସହିଦ ହୋଇଥିଲେ। ସେମାନଙ୍କ ଉଦେଶ୍ୟରେ ଆଜି ସହିଦ ମାନଙ୍କ ଦାୟଦ ମାନଙ୍କୁ ସଭା ମଞ୍ଚରେ ସନ୍ମାନିତ କରାଯାଇଥିଲା। ଏବଂ ପ୍ରସାଶନ ତରଫରୁ ଗାର୍ଡ ଅଫ୍ ଅର୍ନର ଦିଆଯିବା ସହ ସମସ୍ତ ଅତିଥିମାନେ ପ୍ରମୁଖ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହି ଅବସରରେ ବହୁସଂଖ୍ୟାରେ ବୁଦ୍ଧିଜୀବୀ,ସ୍ଥାନୀୟବାସୀ ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme