Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଘ ଛାଲ ଜବତ, ୩ ଅଭିଯୁକ୍ତ ଗିରଫ

Posted on November 3, 2025

ବାଘ ଛାଲ ନେଇ ଡିଲ୍ ଚାଲିଥିଲା । ଖବର ପାଇ ମାଡ଼ିବସିଲା ପୁଲିସ । ହୋଟେଲ ମେଫେୟାର ବସ୍ତି ନିକଟରୁ ଜବତ ହେଲା ଏକ କଲରାପତରିଆ ବାଘ ଛାଲ । ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ରୋହିତ ମହାପାତ୍ର, ମଞ୍ଜିତ ସାବତ ଏବଂ ଶମ୍ଭୁ ବିଷୋୟୀ ।

ସୂଚନା ମୁତାବକ, ଅଭିଯୁକ୍ତ ରୋହିତ ମହାପାତ୍ର ଏବଂ ତାଙ୍କ ସହଯୋଗୀମାନେ ଦୀର୍ଘ ସମୟ ଧରି ବନ୍ୟଜନ୍ତୁଙ୍କ ଚୋରା ଚାଲାଣ କରୁଥିଲେ । ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ ହୋଟେଲ ମେଫେୟାର ବସ୍ତି ନିକଟରେ ବାଘ ଛାଲକୁ ନେଇ ଡିଲ୍‌ ହେବାର ଥିଲା । ଯାହା ବିଷୟରେ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ପୁଲିସ । ଖବର ପାଇ ଡିସିପି, ଏସସିୟୁ ଏବଂ ଅନୁପ କାନୁନଗୋଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଚଢାଉ କରି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ । ସେମାନଙ୍କ ନିକଟରୁ ଏକ ବାଘ ଛାଲ ମଧ୍ୟ ଜବତ ହୋଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme