Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବନ୍ଧ ନିକଟରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Posted on December 7, 2025

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୋହିପିଟା ବନ୍ଧ ନିକଟରେ ଅଭାବନୀୟ ଘଟଣା। ମୁଣ୍ଡରେ ଗୁରୁତର କ୍ଷତାକ୍ତ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ମନମୁଣ୍ଡା ଥାନା ଦମାମୁଣ୍ଡା ଗ୍ରାମର ଭୂଷଣ ପ୍ରଧାନଙ୍କ ପୁଅ କୈବଲ୍ୟ ପ୍ରଧାନ ବୋଲି ଜଣାପଡିଛି। ମୃତକଙ୍କ ବାଇକ ଓ ମୋବାଇଲ ଲୁଟ୍ ସହ ତାକୁ ହତ୍ୟା କରାଯାଇଥିବା ମୃତକର ଭାଇ ଘୂଣ୍ଡୁ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ , ମୃତ ଭୂଷଣ ବୁକୁରାମୁଣ୍ଡା – ଜୟଦପୁର ମଧ୍ୟରେ ଥିବା ଜଣେ ଠିକାଦାରଙ୍କ କ୍ୟାମ୍ପରେ ପାଚକ କାମ କରୁଥିଲା। ଶନିବାର ରାତ୍ର ପ୍ରାୟ ୯ଟା ୩୦ ମିନିଟରେ ସେ କାମ ସାରି ବାଇକ ଯୋଗେ ଘର ଅଭିମୁଖେ ଯାଇଥିଲା। କିନ୍ତୁ ସେ ରାତ୍ରିରେ ଘରକୁ ଫେରି ନ ଥିଲା। ଏନେଇ ପରିବାର ବହୁ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳୁ ଗୁହିପିଟା ବନ୍ଧ ନିକଟରେ ଜଣେ ବ୍ୟକ୍ତି କ୍ଷତାକ୍ତ ଅବସ୍ଥାରେ ମରି ପଡ଼ିଥିବା ଆଜି ଲୋକମାନଙ୍କ ଠାରୁ ପରିବାରବର୍ଗ ଜାଣିବାକୁ ପାଇଥିଲେ। ସେମାନେ ଘଟଣାସ୍ଥଳକୁ ଯାଇ ଦେଖିବାରେ ଉକ୍ତ ମୃତକ କୈବଲ୍ୟ ପ୍ରଧାନ ବୋଲି ଜାଣିଥିଲେ। ତେବେ ମୃତ କୈବଲ୍ୟର ମୁଣ୍ଡରେ ଗୁରୁତର କ୍ଷତାକ୍ତ ହୋଇଥିବା ବେଳେ ଘଟଣାସ୍ଥଳରୁ ତାଙ୍କ ବାଇକ ଓ ମୋବାଇଲ ନ ଥିଲା। କେହି ଜଣେ ଦୁର୍ବୃତ୍ତ କୈବଲ୍ୟର ବାଇକ ଓ ମୋବାଇଲକୁ ଲୁଟ ପୂର୍ବକ ହତ୍ୟା କରି ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି। ହେଲେ ଅନ୍ୟପଟେ ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ଲୁଟ୍ ଏବଂ ହତ୍ୟାକାଣ୍ଡ ବୋଲି ପରିବାରବର୍ଗଙ୍କ ପକ୍ଷରୁ କୁହାଯାଇଛି। ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ସୂଚନା ମିଲିଛି।ମୃତକଙ୍କ ଏକ ୧୩ ବର୍ଷର ପୁଅ ଅଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme