Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବନ୍ଧୁଗାଁ ବ୍ଲକର ୩୫୪ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତିର ଟଙ୍କା

Posted on October 23, 2025

ବନ୍ଧୁଗାଁ: ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅନ୍ତ୍ୟୋଦୟ ଗୃହ ଯୋଜନା ର ପ୍ରଥମ କିସ୍ତିର ଟଙ୍କା ବନ୍ଧୁଗାଁ ବ୍ଲକ ର ୩୫୪ ଜଣ ହିତାଧିକାରୀ ଙ୍କ ଜମା ଖାତାକୁ ଆସିଛି। ଆମ ବନ୍ଧୁଗାଁ ବ୍ଲକରେ ୧୩ ଗୋଟି ଗ୍ରାମ ପଞ୍ଚାୟତ ର ପ୍ରାୟ ୧୬୯ ଟି ଗ୍ରାମ ରହିଛି। ପୁଣି ଆନ୍ଧ୍ର ପ୍ରଦେଶ ସୀମାନ୍ତ କୁ ଲାଗି ପ୍ରତି ଗାଁରେ ଗରିବ ଆଦିବାସୀ ପରିବାର ବସବାସ କରନ୍ତି। ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ ଙ୍କ ଠାରୁ ପ୍ରାପ୍ତ ସୁଚନା ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅନ୍ତ୍ୟୋଦୟ ଗୃହ ଯୋଜନା ର ପ୍ରଥମ କିସ୍ତି ଟଙ୍କା ଆମ ବ୍ଲକ ର ୩୫୪ ଜଣ ହିତାଧିକାରୀ ପାଇଥିବା ଜାଣିବାକୁ ମିଳିଛି। ତେବେ ବନ୍ଧୁଗାଁ ବ୍ଲକକୁ ପ୍ରଥମ କିସ୍ତିର ୧.୪୧.୬୦.୦୦୦ଟଙ୍କା ସହାୟତା ହିତାଧିକାରୀ ଙ୍କ ଜମା ଖାତାକୁ ଆସିଛି। ଗାଁ ଗୁଡ଼ିକରେ ଅନେକ ଯୋଗ୍ୟ ଅନ୍ତ୍ୟୋଦୟ ହିତାଧିକାରୀ ରହିଥିବା ବେଳେ ପ୍ରତି ଗାଁ କୁ ୨ ରୁ ୩ ଜଣ ଅନ୍ତ୍ୟୋଦୟ ହିତାଧିକାରୀ ଙ୍କ ଜମା ଖାତାକୁ ଟଙ୍କା ଆସିଥିବା ଆକଳନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀ ଙ୍କ ଜମା ଖାତାକୁ ଠିକ ସମୟରେ ପଠାଇଥିବା ବେଳେ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଓ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରାଇବା ପାଇଁ ବ୍ଲକ ଓ ପଞ୍ଚାୟତ କର୍ମଚାରୀ ଚଳଚଞ୍ଚଳ ହୋଇ ଉଠିବେ। କିନ୍ତୁ ପୂର୍ବ ସରକାରଙ୍କ ଅମଳରେ ଦେଇଥିବା ଅନେକ ଅନ୍ତ୍ୟୋଦୟ ଗୃହ ର ପ୍ରଥମ କିସ୍ତି ଟଙ୍କା ଉଠାଇ କିଛି ହିତାଧିକାରୀ ଟଙ୍କା ଆତ୍ମସାତ କରିଥିବା ବେଳେ କିଛି ଗରୁବରୁ ଗରିବ ହିତାଧିକାରୀ ଘର ପାଇଁ ବାଲି ପଥର ପକାଇ ଟଙ୍କା ଅଭାବରୁ ଘର କରି ନ ପାରି ନୀରବ ରହିଛନ୍ତି। ଏପଟେ ଘର ବାନ୍ଧିବା ପାଇଁ ବାଲି ଓ ପଥର ଆବଶ୍ୟକ ଥିବା ବେଳେ ଟ୍ରାକ୍ଟର ଦରଦାମ ବୃଦ୍ଧି ରହିଛି। ପୁଣି ଟ୍ରାକ୍ଟର ରେ ବାଲି ପଥର ବହି ଆଣିଲେ କମ୍ପାନୀ ଲକ୍ଷାଧିକ ଟଙ୍କା ଫାଇଁନ ପକାଉଛନ୍ତି। ସରକାର ଏଥିପ୍ରତି ଗୁରୁତ୍ବ ଦେଇ ଗରିବ ଲୋକଙ୍କୁ ଘର ବାନ୍ଧିବା ପାଇଁ ସହାୟତା କରିବାକୁ ହିତାଧିକାରୀ ଅନୁରୋଧ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme