Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବନ୍ଦ ହେବ ଟାରିଫ୍ ଓ୍ବାର, ସଙ୍କେତ ଦେଲେ ଟ୍ରମ୍ପ

Posted on October 29, 2025

ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଭାରତ ଓ ଆମେରିକା ଭିତରେ ଟାରିଫ୍ ଓ୍ବାର । ଆଗକୁ ଦୁଇ ଦେଶ ମଧ୍ୟରେ ହୋଇପାରେ ଟ୍ରେଡ୍ ଡିଲ୍। ଏହାର ସଙ୍କେତ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଦେଇଛନ୍ତି। ସେ କହିଛନ୍ତି, ଆମେ ଖୁବ୍ ଶୀଘ୍ର ଭାରତ ସହ ଟ୍ରେଡ୍ ଡିଲ କରିବାକୁ ଯାଉଛୁ।’ ଦକ୍ଷିଣ କୋରିଆରେ ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ ବା ଏପିଇସି ସମ୍ମିଳନୀରେ ଯୋଗ ଦେଇ ଏଭଳି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଯଦି ଭାରତ ଓ ପାକିସ୍ତାନକୁ ଦେଖିବା, ତେବେ ଭାରତ ସହ  ଆମେରିକା ଖୁବ୍ ଶୀଘ୍ର ବାଣିଜ୍ୟ ଚୁକ୍ତି ଉପରେ ସାକ୍ଷର କରିବାକୁ ଯାଉଛି। ମୋ ମନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବହୁ ଭଲ ପାଇବା ଓ ସମ୍ମାନ ରହିଛି। ଆମର ସମ୍ପର୍କ ମଧ୍ୟ ଖୁବ୍ ମଜବୁତ। ଟ୍ରମ୍ପଙ୍କ ଏହି କଥାର ସଙ୍କେତ ଯେ, ଖୁବ୍ ଶୀଘ୍ର ଦୁଇ ଦେଶ ଭିତରେ ବାଣିଜ୍ୟିକ ବିବାଦ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଆମେରିକା ଟାରିଫ୍ ହ୍ରାସ କରି ୧୬ ପ୍ରତିଶତ କରିବାର ନିଷ୍ପତ୍ତି ନେଇଛି। ତେବେ ଏନେଇ ଭାରତ କିମ୍ବା ଆମେରିକା ସରକାରଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ।

ରୁଷଠାରୁ ଭାରତ କ୍ରମାଗତ ଭାବେ ତୈଳ କ୍ରୟ କରୁଥିବାରୁ ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିଥିଲା। ଗତ ସପ୍ତାହରେ ଖବର ମିଳିଥିଲା ଯେ, ଭାରତ ଓ ଆମେରିକା ଭିତରେ ତିନୋଟିରୁ ଦୁଇଟି ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି। ସେଭଳି ଖବର ମଧ୍ୟ ଥିଲା ଯେ, ଭାରତର କୃଷି ବଜାରରେ ଏଣ୍ଟ୍ରି କରିବାକୁ ଚାହୁଁଥିଲା ଆମେରିକା। କିନ୍ତୁ ଭାରତ ଅନୁମତି ଦେଇନଥିଲା। ଏହି କାରଣରୁ ଦୁଇ ଦେଶ ଭିତରେ ଆଲୋଚନା ପକ୍ରିୟା ଥମି ଯାଇଥିଲା।

କୁହାଯାଉଛି ରୁଷଠାରୁ କମ୍ ତୈଳ କ୍ରୟ ନେଇ ଭାରତ ସହମତି ପରେ ଆମେରିକା ୧୬% ଟାରିଫ୍ କରିବାକୁ ରାଜି ହୋଇଛି। ସବୁଠାରୁ ଖାସ୍ କଥା ଯେ, ଏହି ଚର୍ଚ୍ଚା ପିଏମ୍ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭିତରେ ଫୋନ୍‌ରେ କଥା ପରଠାରୁ ହେଉଛି। ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଟ୍ରମ୍ପଙ୍କ ଏହି ବୟାନ ଆସିଛି। ଟ୍ରମ୍ପ ଗତ ଶନିବାର କହିଥିଲେ ରୁଷଠାରୁ ଭାରତ ତେଲ କିଣିବା ବନ୍ଦ କରିବାକୁ ଯାଉଛି। ଏବେ ମଧ୍ୟ ବହୁ ପରିମାଣରେ କାଟ୍ କରିସାରିଲାଣି। ଦୁଇ ଦେଶ ମଧ୍ୟରେ ମାସ ମାସ ଧରି ଚାଲିଥିବା ତୀବ୍ର ଆଲୋଚନା ପରେ, ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ବର୍ତ୍ତମାନ ପ୍ରାୟ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme