Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଢିବାରେ ଲାଗିଛି ମଦ୍ୟାପାନ ନିଶା, ପ୍ରତି ୧୧ ଜଣରେ ଜଣଙ୍କର ମୃତ୍ୟୁର କାରଣ ମଦ୍ୟପାନ

Posted on December 29, 2025

ୟୁରୋପର ଲୋକଙ୍କର ବଢିବାରେ ଲାଗିଛି ମଦ୍ୟାପାନ ନିଶା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଏହାର ମାରାତ୍ମକ ପ୍ରଭାବ ବିଷୟରେ ଏକ ଗମ୍ଭୀର ଚେତାବନୀ ଜାରି କରିଛି। ଡବ୍ଲୁଏଚଓ ଅନୁଯାୟୀ, ମଦ୍ୟପାନ ସମ୍ବନ୍ଧୀୟ ରୋଗ ଏବଂ ଦୁର୍ଘଟଣା ଯୋଗୁଁ  ପ୍ରତିବର୍ଷ ପ୍ରାୟ ୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ। ଅର୍ଥାତ ପ୍ରତି ୧୧ ଜଣରେ ଜଣଙ୍କର ମୃତ୍ୟୁ ମଦ୍ୟପାନ ଯୋଗୁଁ ହେଉଛି। ଏହି ସଂଖ୍ୟା କେବଳ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସଙ୍କଟକୁ ଇଙ୍ଗିତ କରେ ନାହିଁ ବରଂ ଏହାର ଗଭୀର ସାମାଜିକ ଏବଂ ଆର୍ଥିକ ପ୍ରଭାବ ମଧ୍ୟ ରହିଛି।

୨୦୧୯ ତଥ୍ୟ ଆଧାରରେ, ଡବ୍ଲୁଏଚଓ ଏହି ଭୟଙ୍କର ରିପୋର୍ଟ ପ୍ରକାଶ କରିଛି। ସଂଗଠନ ଅନୁଯାୟୀ, ୟୁରୋପରେ ପ୍ରାୟ ୧,୪୫,୦୦୦ ଲୋକ ମଦ୍ୟପାନ ଯୋଗୁଁ ହୋଇଥିବା ଆଘାତ ଯୋଗୁଁ ମୃତ୍ୟୁ ଘଟିଛି।  କେବଳ ସେତିକି ନୁହେଁ ମଦ୍ୟପାନ ମଧ୍ୟ ଆଭ୍ୟନ୍ତରୀଣ ହିଂସା ସହିତ ଜଡିତ, ଯେଉଁଥିରେ ଆକ୍ରମଣ ଏବଂ ଘରୋଇ ହିଂସା ରହିଛି। ସମଗ୍ର ୟୁରୋପରେ ହିଂସାତ୍ମକ ଆଘାତରୁ ହେଉଥିବା ମୃତ୍ୟୁର ଏକ ବଡ଼ କାରଣ ବୋଲି ମନେକରାଯାଏ।

ମଦ୍ୟପାନ ଜନିତ ମୃତ୍ୟୁର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ହୃଦରୋଗ, ଲିଭର ସିରୋସିସ୍, ବିଭିନ୍ନ ପ୍ରକାରର କର୍କଟ, ସଡ଼କ ଦୁର୍ଘଟଣା, ହିଂସା ଏବଂ ଆତ୍ମହତ୍ୟା ରହିଛି। କମ୍ ବୟସର ବ୍ୟକ୍ତିମାନଙ୍କ ମଧ୍ୟରେ ମଦ୍ୟପାନ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ। ଯେଉଁ କାରଣରୁ ଦେଶର ଉତ୍ପାଦକତା ଓ ସ୍ବାସ୍ଥ୍ୟ ପ୍ରଣାଳୀ ଉପରେ ଅଧିକ ବୋଝ ପଡିଥାଏ। ଡବ୍ଲୁଏଚଓର ରିପୋର୍ଟ ଅନୁସାରେ,ୟୁରୋପ ଦୁନିଆର ସେହି ସ୍ଥାନରେ ରହିଛି ଯେଉଁଠାରେ ପ୍ରତି ବ୍ୟକ୍ତି ଅଧିକ ମଦ୍ୟପାନ କରନ୍ତି। ବହୁ ଦେଶରେ ମଦ ସାମାଜିକ ଜୀବନ ଓ ସଂସ୍କୃତିର ଅଂଶ ପାଲଟି ସାରିଛି। ଏହି ଡାଟାରୁ ଜଣାପଡିଛି ପୂର୍ବ ୟୁରୋପରେ ସବୁଠାରୁ ଅଧିକ ଲୋକ ମଦ୍ୟପାନ କରନ୍ତି। ତା ଛଡା ହିଂସା ଏବଂ ଅପରାଧରେ ମଦର ଭୂମିକା ରହିଛି। ୨୦୧୯ ରେ କେବଳ ୟୁରୋପରେ ୨୬୫୦୦ ମୃତ୍ୟୁର କାରଣ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିବା। ଏଥିରେ ୪୦% ହିଂସାର କାରଣର ମଦ ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme