Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଡ଼ଦିନରେ ଅଶୁଭ ଖବର, ଛାତିଥରା ଦୁର୍ଘଟଣା, ଚାଲିଗଲା ୨୨ ଜୀବନ

Posted on December 25, 2025

ବଡ଼ଦିନରେ ଅଶୁଭ ଖବର। ଭୟଙ୍କର ଦୁର୍ଘଟଣାରେ ଗଡ଼ିଲା ମୁଣ୍ଡ। ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଦୁଇ ଛାତିଥରା ଦୁର୍ଘଟଣା। କର୍ଣ୍ଣାଟକ ଚିତ୍ରଦୁର୍ଗ ରାସ୍ତାରେ ଏକ କଣ୍ଟେନରକୁ ଧକ୍କା ଦେଇ ହୁତୁହୁତୁ ହୋଇ ଜଳିଗଲା ସ୍ଲିପର୍ ବସ୍। ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ। ସେପଟେ ତାମିଲନାଡୁର ତ୍ରିଚି-ଚେନ୍ନାଇ ଏନ୍ଏଚ୍ ଏଲୁଥୁର ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। କାର୍ ଉପରେ ଚଢିଗଲା ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ଚାଲିଗଲା ୯ ଯାତ୍ରୀଙ୍କ ଜୀବନ। ୨ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି।

ଗୁରୁବାର ରାତିରେ ଏକ ଯାତ୍ରୀବାହୀ ବସ୍ ବେଙ୍ଗାଲୁରୁଠାରୁ ଗୋକର୍ଣ୍ଣ ଅଭିମୁଖେ ଯାତ୍ରା କରୁଥିଲା । ଯିବା ବେଳେ ଚିତ୍ରଦୁର୍ଗ ରାସ୍ତାରେ ଏକ କଣ୍ଟେନର ସହ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିଲା। ସ୍ଲିପର୍ ବସ୍ଟି ହୁତୁହୁତୁ ହୋଇ ଜଳି ଉଠିଥିଲା। ଫଳରେ ଯାତ୍ରୀମାନେ ବାହାରକୁ ବାହାରି ପାରିନଥିଲେ। ବସ୍ ଭିତରେ ୧୩ ଜଣ ଯାତ୍ରୀ ଜିଅନ୍ତା ଜଳି ଯାଇଥିଲେ। ତେବେ ବସ ପ୍ରାୟ ୩୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଯାତ୍ରୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ହିରିୟୁର ଏବଂ ଚିତ୍ରଦୁର୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଚିତ୍ରଦୁର୍ଗ ପୁଲିସ କହିଛି ଯେ, କଣ୍ଟେନର ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି । କଣ୍ଟେନର ଡ୍ରାଇଭର ଏଥିରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଯୋଗୁଁ ୪୮ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପରେ ଯାତାୟାତ ସ୍ଵାଭାବିକ ହୋଇଛି।

ସେହିପରି ତାମିଲନାଡୁର ତ୍ରିଚି-ଚେନ୍ନାଇ ଏନ୍ଏଚ୍ ଏଲୁଥୁର ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍ ଉପରେ ଏକ ଯାତ୍ରୀବାହୀ ବସ୍ ଚଢିଯିବା ଯୋଗୁଁ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଓ ଗୁରୁତରଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme