Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ବଡ଼ଓଷା, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତି ଆରମ୍ଭ

Posted on October 27, 2025

ଆଉ ଦିନ କେଇଟା ପରେ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ ମନ୍ଦିର ପରିଚାଳନା ଦାୟିତ୍ୱ ନେଇଛି। ମନ୍ଦିର ସଫେଇ ସହିତ ରଙ୍ଗ କାମ ଆରମ୍ଭ ହୋଇଛି। ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରକାଶ ଯେ, ଦେବୋତ୍ତର କମିଶନରଙ୍କ ଦ୍ୱାରା ମନ୍ଦିର ପରିଚାଳନା ବୋର୍ଡ ଗଠନ କରାଯାଇଥିଲା। କମିଟି ଶୃଙ୍ଖଳିତ ଭାବେ ମନ୍ଦିର ଦୈନିକ ନୀତିକାନ୍ତି ଠିକ୍‌  ଭାବେ ପରିଚାଳନା କରୁଥିବା ବେଳେ ୨୦୨୪ ନଭେମ୍ବର ୧୧ରେ ଖୋର୍ଦ୍ଧା ଉପଜିଲାପାଳ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଏକ ଅସ୍ଥାୟୀ କମିଟି ଗଠନ କରିଥିଲେ।

ତେବେ ମନ୍ଦିର ଟ୍ରଷ୍ଟ ବୋର୍ଡ ଗଠନ ସରିଥିବା ବେଳେ ପୁଣି ଏକ ଅସ୍ଥାୟୀ କମିଟି ଗଠନକୁ ନେଇ ଟ୍ରଷ୍ଟ ବୋର୍ଡ ଅସନ୍ତୋଷ ପ୍ରକାଶ କରିଥିଲା। ଏହା ଅସାମ୍ବିଧାନିକ ଦର୍ଶାଇ ଜିଲା ପ୍ରଶାସନଠାରୁ ଦେବୋତ୍ତର କମିଶନରଙ୍କୁ ଲିଖିତ ଜଣାଇଥିଲେ। ତେବେ ଏହା ଉପରେ ପ୍ରଶାସନ କିମ୍ବା କମିଶନରଙ୍କ  ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା।

ଫଳରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଏହି ସଂକ୍ରାନ୍ତରେ ହାଇକୋର୍ଟରେ ଏକ ପିଟିଶନ ଆଗତ ହୋଇଥିଲା। ଗତ ୨୪ ତାରିଖରେ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଉପଜିଲାପାଳଙ୍କ ଦ୍ୱାରା ଗଠିତ ହୋଇଥିବା ଅସ୍ଥାୟୀ କମିଟି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି।

ଏଥିସହିତ ଏହି କମିଟି ସଦସ୍ୟମାନେ ସେ ପର୍ଯ୍ୟନ୍ତ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି, ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ ପାଳନରେ ହସ୍ତକ୍ଷେପ କରିବେ ନାହିଁ। ଦେବୋତ୍ତର କମିଶନରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବୋର୍ଡ ଏହାକୁ ପରିଚାଳନା କରିବ ବୋଲି ରାୟରେ ନିର୍ଦ୍ଦେଶ  ଦିଆଯାଇଛି।

ଆସନ୍ତା ଡିସେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଶନିବାର ଶ୍ରୀଧବଳେଶ୍ୱର ଦେବ ବିଜେ ଗୁରୁଜଙ୍ଗ ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ଉପଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି ବୋଲି ବଦ୍ରି ନାରାୟଣ ସାହୁ ସୂଚନା ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme