Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଡଦାଣ୍ଡରେ ଦୁର୍ଘଟଣା, ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ,  ଜଣେ ମୃତ

Posted on January 2, 2026

ପୁରୀ ବଳଗଣ୍ଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ । ଦୁର୍ଘଟଣାରେ ସ୍କୁଟିରେ ଥିବା ତିନି ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ସ୍କୁଲ ଛାତ୍ର ଥିଲେ। ମୃତ ନାବାଳକ ଜଣକ କୁମୁଟି ସାହିର ନୀରଞ୍ଜନ ଦେଙ୍କ ପୁଅ ବୋଲି ଜଣାପଡିଛି। ସେହିପରି ଅନ୍ୟ ଦୁଇଜଣ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ ନାବାଳକର ଜେଜେ ନୀଳକଣ୍ଠ ଦେ ଏବଂ ଅନ୍ୟ ଜଣେ ନାବାଳକ ରାଜା ସାହୁ ବୋଲି ଜଣାପଡିଛି। ଚିକିତ୍ସା ପାଇଁ ଗୁରୁତରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ନୀଳକଣ୍ଠ ଦେ ତାଙ୍କ ନାତି ଓ ଅନ୍ୟ ଜଣେ ସମ୍ପର୍କୀୟ ନାବାଳକକୁ ସ୍କୁଟିରେ ଜଳଖିଆ ଆଣିବା ପାଇଁ ଯାଉଥିଲେ। ବଳଗଣ୍ଡି ଛକରେ ଏକ ବୋଲେରୋ ଗାଡ଼ି ସିରିଜ ଦୁର୍ଘଟଣା ଘଟାଇଥିଲା। ପ୍ରଥମେ ଏକ ସାଇକେଲକୁ ଧକ୍କା ଦେବା ପରେ ସ୍କୁଟିକୁ ଧକ୍କା ଦେଇଥିଲା ବୋଲେରୋ। ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଶ୍ରେୟାନ୍ସ କୁ ମୃତ ଘୋଷଣା କରିଥିଲେ ଡାକ୍ତର। ନାବାଳକର ମୃତ୍ୟୁକୁ ନେଇ ହସ୍ପିଟାଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେହିପରି ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭରକୁ କୁମ୍ଭାରପଡ଼ା ଥାନା ପୁଲିସ ଅଟକ ରଖିଛି। ନିଶା ସେବନ କରି ଡ୍ରାଇଭର ଜଣକ ଗାଡ଼ି ଚଳାଉଥିଲା ବୋଲି ଅଭିଯୋଗ ହୋଇଛି। ନୂଆବର୍ଷ ପାଇଁ ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଥିବା ବେଳେ ପୁରୀ ବଳଗଣ୍ଡି ଛକକୁ ବୋଲେରୋ ଗାଡ଼ି କିଭଳି ଆସିଲା ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme