Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା, ଅଶାନ୍ତ ରହିବ ସମୁଦ୍ର

Posted on November 27, 2025

ବଙ୍ଗୋପସାଗରରେ ବାତ୍ୟା ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏହା ପରବର୍ତ୍ତୀ ୧୨ ରୁ ୧୮ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଆହୁରି ବଳ ଗୋଟାଇବା ସହ ଅଧିକ ଘନୀଭୂତ ହୋଇ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଶ୍ରୀଲଙ୍ଗା ସଂଲଗ୍ନ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ସୃଷ୍ଟି ପରେ କିଛି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ।

ପାଣିପାଗ ବିଭାଗର କହିବାନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଦକ୍ଷିଣ- ପୂର୍ବ ଶ୍ରୀଲଙ୍କା ଉପରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆଗକୁ ଆହୁରି ବଳ ଗୋଟାଇ ଗଭୀର ଅବପାତ ରୂପ ନେବ। ଏହା ପୁଣି ଘନୀଭୂତ ହୋଇ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଯାଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳକୁ ଯିବ ବୋଲି ଆଇଏମ୍ଡି ଆକଳନ କରିଛି । ଏହା ପ୍ରଭାବରେ ୧ ତାରିଖ ଯାଏ ତାମିଲନାଡୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୯ ଓ ୩୦ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ ଓ ରାୟଲସୀମାର ବିକ୍ଷିପ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି  ଆକଳନ କରିଛି । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ଉପକୂଳିଆ ଲୋକେ ଛାନିଆ ହେଲେଣି । କାରଣ ବର୍ଷା ଏବଂ ପବନର ସମ୍ଭାବନା ଥିବାରୁ କ୍ଷୟକ୍ଷତି ହେବା ନେଇ ଆଶଙ୍କା ରହିଛି । ବର୍ଷା ହେଲେ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

ସେହିପରି ଇଣ୍ଡୋନେସିଆ ପାଖାପାଖି ଆଉ ଏକ ବାତ୍ୟା ସୃଷ୍ଟି ହୋଇଛି । ଯାହାର ନାଁ ଦିଆଯାଇଛି ସେନ୍ୟାର । କିନ୍ତୁ ଓଡିଶା ବା ଭାରତରେ ଏହାର ପ୍ରଭାବ ପଡିବ ନାହିଁ । କିଛି ପାଣିପାଗବିତ୍ ଭାରତରେ ଆଦୌ ପ୍ରଭାବ ପଡିବ ନାହିଁ ବୋଲି କହୁଛନ୍ତି । ଏବେ ନିକୋବର ଦ୍ୱୀପପୁଞ୍ଜରୁ ୭୦୦ କିମି ଏବଂ ଇଣ୍ଡୋନେସିଆରୁ ୧୫୦ କିମି ଦୂରରେ ଏହାର ବଳୟ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଇଣ୍ଡୋନେସିଆ ଉପକୂଳରେ ସେନ୍ୟାର ସ୍ଥଳଭାଗ ଛୁଇଁପାରେ । କିନ୍ତୁ ଗୁରୁବାର ରାତି ସୁଦ୍ଧା ଏହା ଦୁର୍ବଳ ହୋଇ ଅବପାତକୁ ଖସିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (905)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme