Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବକେୟା ମାଗିବାରୁ ମିସ୍ତ୍ରିକୁ ଶାବଳରେ ପିଟିଲା ହୋଟେଲ୍‌ ମାଲିକ, ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କଲା ପୁଲିସ

Posted on October 7, 2025

କୁମାର ପୂର୍ଣ୍ଣିମା ପାଇଁ ଗାଁକୁ ଯିବେ ବୋଲି ମାଲିକଙ୍କୁ  ବାକି ଟଙ୍କା ମାଗିଲେ । ହେଲେ ହୋଟେଲ ମାଲିକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ । କର୍ମଚାରୀକୁ ଶାବଳରେ ନିସ୍ତୁକ ପିଟିଲେ । ମାଡ଼ରେ କର୍ମଚାରୀଙ୍କ ମୁଣ୍ଡ ଫାଟିବା ସହ  ଶରୀର ସାରା ମାଡ଼ର ଦାଗ ଚିହ୍ନ ରହିଛି ।  ଏପରିକି ଶରୀର ସମ୍ପୂର୍ଣ୍ଣ ଫୁଲିଯାଇଛି ।  ମୁମୂର୍ଷୁ ଅବସ୍ଥାରେ କର୍ମଚାରୀକୁ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ସଦର ଥାନା ପୁଲିସ । ଆହତ କର୍ମଚାରୀ  ହେଲେ ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା  ଅନ୍ତର୍ଗତ ଦେଓଖାଇର ବିଜୟ କୁମାର ସାହୁ  (୩୫) । ଏନେଇ ବିଜୟ ଥାନାରେ ଲିଖିତ  ଅଭିଯୋଗ କରିଛନ୍ତି । ହୋଟେଲ ମାଲିକ  ଲକ୍ଷ୍ମୀଧର ବରାଳ ଫେରାର ହୋଇଯାଇଛି ।

ସଦର ଥାନା ଅଧୀନ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ  ମାଳତୀପାଟପୁର ଓଭରବ୍ରିଜ୍‌ଠାରେ  ଲକ୍ଷ୍ମୀଧର ବରାଳଙ୍କ ‘ବୋଉ’ ନାମରେ  ଏକ ହୋଟେଲ୍‌ ରହିଛି । ବିଜୟ ୧୫ ଦିନ  ହେବ ହୋଟେଲରେ ଦୋସା ମିସ୍ତ୍ରି ଭାବେ  କାମ କରୁଥିଲା । ବିଜୟ ପ୍ରତିଦିନ ସକାଳ  ୬ରୁ ୧୧ଟା ଓ ଅପରାହ୍ଣ ୫ଟାରୁ ରାତ୍ର ୧୨ଟା  ପର୍ଯ୍ୟନ୍ତ କାମ କରେ । ଏଥିଲାଗି ଦିନକୁ  ୮୦୦ ଟଙ୍କା ପାଉଣା ସ୍ଥିର ହୋଇଥିଲା । ଗାଁକୁ  ଯିବାର ଥିବାରୁ ବିଜୟ ରବିବାର ରାତିରେ  ଲକ୍ଷ୍ମୀଧରକୁ ବାକି ରହିଥିବା ୫ ଦିନର ଟଙ୍କା  ମାଗିଥିଲା । ସକାଳେ ଟଙ୍କା ଦେବି ବୋଲି  କହି ଲକ୍ଷ୍ମୀଧର ଘରକୁ ଯାଇଥିଲା । ହଠାତ୍‌  ସକାଳ ୬ଟାରେ ଲକ୍ଷ୍ମୀଧର ହୋଟେଲରେ  ପହଞ୍ଚି କ’ଣ ପାଇଁ ଟଙ୍କା ମାଗିଲୁ କହି ଏକ  ଘରେ ପୂରାଇ ଶାବଳରେ ବିଜୟକୁ ପିଟିବାକୁ  ଲାଗିଲା । ବିଜୟ ଚିତ୍କାର କରିଥିଲେ ମଧ୍ୟ  ଲକ୍ଷ୍ମୀଧର ଶୁଣିନଥିଲା । ସକାଳ ୧୦ଟା  ପର୍ଯ୍ୟନ୍ତ ସେ ଘରୁ ବାହାରକୁ ଛାଡ଼ିନଥିଲା ।  କାଳେ କାହାକୁ ଜଣାଇଦେବ ଭାବି ବିଜୟର  ମୋବାଇଲ୍‌କୁ ଛଡ଼ାଇ ରଖିଥିଲା । ବିଜୟ  ଉପରେ ମାଡ଼ ଦେଖି ଅନ୍ୟ କର୍ମଚାରୀ  ହୋଟେଲ ଛାଡ଼ି ଦୌଡ଼ି ପଳାଇଥିଲେ ।  କୌଣସି ମତେ ବିଜୟ ସଦର ଥାନାରେ  ପହଞ୍ଚି ପୁଲିସ ସହାୟତାରେ ହସ୍ପିଟାଲ୍‌ରେ  ପହଞ୍ଚିଥିଲା । ଏ ସମ୍ପର୍କରେ ଥାନା ଅଧିକାରୀ  ସୁନିଲ କୁମାର ପ୍ରଧାନ କୁହନ୍ତି, ଅଭିଯୋଗକୁ  ଗୁରୁତ୍ୱର ସହ ଗ୍ରହଣ କରାଯାଇଛି ।  ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ।

ସୂଚନାଯୋଗ୍ୟ, ଗତ ଦଶହରା ଦିନ  କୁମ୍ଭାରପଡ଼ା ଥାନା ଅଧୀନ ଭିଆଇପି ରୋଡର  ଏକ ତାରକା ହୋଟେଲକୁ ଖାଇବାକୁ ଯାଇ  ହୋଟେଲ ମାଲିକ ଓ କର୍ମଚାରୀଙ୍କଠାରୁ  ନିସ୍ତୁକ ମାଡ଼ ଖାଇ ଫେରିଥିଲେ  ଦମ୍ପତି । ଏହାକୁ ନେଇ ସହରରେ  ଆଲୋଚନା ଜାରି ରହିଥିବାବେଳେ ପୁଣି  ଜଣେ ହୋଟେଲ ମାଲିକଙ୍କ ନିର୍ଯାତନା  ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ା

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme