Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫେରିବ ପଥ ଉତ୍ସବ, ୧୬ରୁ ଷ୍ଟ୍ରିଟ୍‌ କାର୍ନିଭାଲ୍‌

Posted on November 7, 2025

ରାଜଧାନୀକୁ ପୁଣି ଫେରିବ ପଥ ଉତ୍ସବ । ଆସନ୍ତା ଡିସେମ୍ବର ମାସରେ ପଥ ଉତ୍ସବ କରିବାକୁ ଯୋଜନା କରୁଛି ବିଏମ୍‌ସି । ତା ପୂର୍ବରୁ ଆସନ୍ତା ୧୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍‌ରେ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍‌ ଏବଂ ବିଏମ୍‌ସିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ସକାଳ ୭ଟାରୁ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ୩ଡି ଆର୍ଟ, ଫ୍ୟାସନ ସୋ, ଜୁମ୍ବା ସେସନ୍ସ ଓ ବିଭିନ୍ନ ପ୍ରଦର୍ଶନୀ ରହିବ । ଏହି କାର୍ଯ୍ୟକ୍ରମ ସଫଳ ହେଲେ ଆଗକୁ ଭୁବନେଶ୍ୱରର ଅନ୍ୟ ସ୍ଥାନରେ ମଧ୍ୟ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ କରିବାକୁ ଯୋଜନା କରାଯାଇଛି ।

ବିଏମ୍‌ସି ପକ୍ଷରୁ ଡିସେମ୍ବର ମାସ ଶେଷ ଏବଂ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ପଥ ଉତ୍ସବ ହେବ । ଭୁବନେଶ୍ୱରରେ ୩ ଜୋନ୍‌ରେ ପଥ ଉତ୍ସବ କରିବାକୁ ବିଏମ୍‌ସି ପକ୍ଷରୁ ଯୋଜନା ହୋଇଛି । ଏନେଇ ବିଏମ୍‌ସିରେ ହେବାକୁ ଥିବା ପ୍ରସ୍ତୁତି ବୈଠକରେ ଏଜେନ୍ସି ଚୟନ କରାଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଖାଲି ପଥ ଉତ୍ସବ ନୁହେଁ, ବିଡିଏ ପକ୍ଷରୁ ଆଜି ଠାରୁ ଏକାମ୍ର ୱାକ୍‌ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜ୍ୟ ବାହାରୁ ଆସୁଥିବା ଯନ୍ତ୍ରୀମାନେ ଏକାମ୍ର ୱାକ୍‌ରେ ଭାଗ ନେଇ ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟକୁ ବୁଲି ଦେଖିବେ । ଫୁଡ୍‌ ଫେଷ୍ଟିଭାଲ ଏବଂ ନାଇଟ ମାର୍କେଟ ଖୋଲିବା ନେଇ ମଧ୍ୟ ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme