Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ୟାକିଂ ବେଳେ ରେଡ୍ ; ୪୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ

Posted on October 14, 2025

  

ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଲାବଣ୍ୟ ଗଡ଼ ପାହାଡ ତଳେ ଚାଲିଥିଲା ଗଞ୍ଜେଇ ଚାଲାଣ। ସିକ୍ରେଟ୍ ଚାମ୍ଵର କରି ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। କଣ୍ଟେନରରୁ ୪୫ ଲକ୍ଷ ୧୦ ହଜାର ଟଙ୍କାର ଗଞ୍ଜେଇ ଜବତ। ୨ ଜଣଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ। 

ସୂଚନାନୁଯାୟୀ, ଗୋଷାଣି ବ୍ଲକର ଲାବଣ୍ୟ ଗଡ଼ ପାହାଡ ତଳେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଲାଣ କରୁଥିଲେ। ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ପ୍ୟାକିଂ କରୁଥିଲେ ଏନେଇ ଖବର ପାଇବା ପରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ଚଢାଉ କରିଥିଲା। ଚଢାଉ ବେଳେ ଗୋଟିଏ କଣ୍ଟେନର ଜବତ କରିବା ସହ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି। କଣ୍ଟେନରରୁ ୪୫୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ୧୦ ହଜାର ହେବ ବୋଲି ଜଣାପଡ଼ିଛି। ଜବତ ହୋଇଥିବା କଣ୍ଟେନରଟି ହରିୟାଣାର ହୋଇଥିବା ବେଳେ ଗଜପତିରୁ ହରିୟାଣା ଗଞ୍ଜେଇ ଚାଲାଣ ହେଉଥିବା ଅନୁମାନ କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ କରି ଅବକାରୀ ବିଭାଗ ଛାନଭିନ୍ ଚଳାଇଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme