Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରେମିକା ପାଇଁ ବାଇକ୍‌ ଚୋରି କଲା ପ୍ରେମିକ

Posted on November 26, 2025

ପ୍ରେମିକାର ଇଚ୍ଛା ଥିଲା ପ୍ରେମିକ ସହ ସୁପର ବାଇକ୍‌ ପଛରେ ବସି ବୁଲିବାକୁ । ନିଜର ବାଇକ୍‌ ନଥିବା ବେଳେ ପ୍ରେମିକାର ଇଚ୍ଛା ପୂରଣ କରିବାକୁ ଲାଗିପଡ଼ିଲେ ପ୍ରେମିକ ପ୍ରବର । ଶେଷରେ ଏକ ସୁପରବାଇକ୍‌ ଚୋରି କରି ଆଣିଲେ । ଆଉ ବାଇକ ପଛରେ ପ୍ରେମିକାକୁ ବସାଇ ପୁରା ରାଜଧାନୀ ଘୂରି ବୁଲିଲେ । ଶେଷରେ ପାର୍କରେ ବସି ମଉଜ କରୁଥିବା ବେଳେ ମାଡି ବସିଲା ପୁଲିସ । ଏହି ଘଟଣା ରାଜଧାନୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ମୈତ୍ରୀବିହାର ଥାନା ପୁଲିସ ରସିକିଆ ପ୍ରେମିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

 ସୂଚନା ଅନୁଯାୟୀ, ଗତ ୨୨ ତାରିଖ ରାତି ପ୍ରାୟ ୩ଟା ବେଳେ ସାଲିଆ ସାହିରେ ଜଣଙ୍କ ଘରୁ ବାଇକ ଚୋରି ହୋଇଥିଲା । ଘରର ତାଲା ଭାଙ୍ଗି ଗାଡ଼ିଟିକୁ କିଏ ନେଇ ଯାଇଥିଲା । ଏନେଇ ବାଇକ୍‌ ମାଲିକ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏତଲା ରଖି ତଦନ୍ତ ଆରମ୍ଭ କରିଥିଲା । ରାଜଧାନୀର ବିଭିନ୍ନ ଛକରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା । ସିସିଟିଭିରୁ ଜଣା ପଡିଥିଲା ଜଣେ ଯୁବକ ଉକ୍ତ ଗାଡି ପଛରେ ଜଣେ ଯୁବତୀଙ୍କୁ ବସାଇ ରାଜଧାନୀ ସାରା ଚକ୍କର କାଟୁଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ବାଇକ୍‌ ଚୋରକୁ ଧରିବାକୁ ଜାଲ ବିଛାଇଥିଲା । ସେମାନେ ଯେଉଁ ରାସ୍ତାରେ ଯାଉଛନ୍ତି ସିସିଟିଭି ଜରିଆରେ ନଜର ରଖିଥିଲା ପୁଲିସ । ଥାନାର ଏକ ଟିମ୍‌ ସେମାନଙ୍କୁ ପିଛା କରିବା ଆରମ୍ଭ କରିଥିଲା । ପ୍ରେମୀ ଯୁଗଳ ଗାଡିଟିକୁ ନେଇ ଆଇଜି ପାର୍କ ସମ୍ମୁଖରେ ଥୋଇ ଭିତରକୁ ଯାଇଥିଲେ । ପାର୍କରେ ଉଭୟ ବସି ଗପସପରେ ମଜ୍ଜିଥିଲେ । ଏହି ସମୟରେ ପାର୍କରେ ପୁଲିସ ପହଞ୍ଚି ଯାଇଥିଲା । ଯୁବକଙ୍କୁ ସେଠାରୁ ଉଠାଇ ଆଣିଥିଲା । ଗାଡିଟିକୁ ମଧ୍ୟ ପୁଲିସ ଥାନାକୁ ଆଣିଛି । ପୁଲିସ ହାତରେ ଧରାପଡ଼ିବା ପରେ ପ୍ରେମିକ ଜଣଙ୍କ ପ୍ରେମିକା ପାଇଁ ଏଭଳି କରିଥିବା ସ୍ୱୀକାର କରିଥିଲା । ସଂପୃକ୍ତ ବାଇକ୍‌ ଚୋରକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।
 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme